ଭାବି ସ୍ବାମୀଙ୍କ ସହ ଅମୃତସରରେ ପହଞ୍ଚିଲେ ପରିଣୀତି

ମୁମ୍ବାଇ: ଆମ ଆଦମୀ ନେତା ତଥା ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ଏବଂ ତାଙ୍କ ପ୍ରେମିକା ପରିଣୀତି ଚୋପ୍ରା ଶିଖମାନଙ୍କ ପବିତ୍ର ମନ୍ଦିର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା କପଲ ଶ୍ରୀ ହରମିନ୍ଦର ସାହେବରେ ଦର୍ଶନ କରିଛନ୍ତି। ବର୍ତ୍ତମାନ ଉଭୟଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ବିବାହ ପୂର୍ବରୁ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଛନ୍ତି। ଯେଉଁଥିରେ ପରିଣୀତି ଏକ ବେଜ ସୁଟରେ ନଜର ଆସିଥିବାବେଳେ ରାଘବ ଚଡ୍ଡା ଏକ ଧଳା କୁର୍ତ୍ତା ପାଇଜାମା ଏବଂ ନେହେରୁ ଜ୍ୟାକେଟରେ ନଜର ଆସିଥିଲେ। ଉଭୟଙ୍କ ଫଟୋ ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।

 

 

 

Share