Advertisement
Categories: ଜାତୀୟ

ବାତିଲ ହେଲା ୬୫୭ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୨୯।୪: କୋଇଲା ପରିବହନ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ସଙ୍କଟକୁ ଦୂର କରିବା ଲାଗି ୬୫୭ ଯାତ୍ରୀବାହୀ ଟ୍ରେନ୍‌କୁ ସାମୂହିକ ପାଇଁ ବାତିଲ କରାଯାଇଛି। ସରକାର ଶୁକ୍ରବାର ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଗତ କିଛି ଦିନ ହେଲା ଦେଶରେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ୍‌ର ଚାହିଦା ଅଧିକ ରହିଛି। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରେ କୋଇଲାର ଅଭାବ ଦେଖାଦେଇଥିବା ବେଳେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଫଳରେ ବିଭିନ୍ନ ସହରରେ ଅଘୋଷିତ ବିଦ୍ୟୁତ୍‌ କାଟ କରାଯାଉଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଇଲାର ସୁଗମ ପରିବହନ ପାଇଁ ଟ୍ରେନ୍‌ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର ସମେତ ଦେଶର ୧୩ଟି ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏହି ସହରଗୁଡ଼ିକରେ ବହୁ ସମୟରେ ଧରି ବିଦ୍ୟୁତ୍‌ କାଟ ହେଉଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share