ପିଓକେ-ଗିଲଗିଟ୍‌ ବଲ୍ଟିସ୍ତାନରେ ବିଦ୍ୟୁଚ ସଙ୍କଟ, ଅସନ୍ତୋଷ ତେଜିଲା…

ଇସଲାମାବାଦ,୭।୨ : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ-ବଲ୍ଟିସ୍ତାନର ଲୋକମାନେ ଖାଦ୍ୟ ଶସ୍ୟ ଅଭାବ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗିଲଗିଟ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଲୋକେ ଗତ ଏକ ସପ୍ତାହ ଧରି ଅନ୍ଧକାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଲୋକମାନେ ସରକାରଙ୍କୁ ବିରୋଧ କରି ରାସ୍ତାରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ଫଳରେ ସହରରେ ଟ୍ରାଫିକ ଜାମ ହେବା ସହିତ ସାଧାରଣ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଏଭଳି ଜାରି ରହିବ ବୋଲି ପ୍ରଦର୍ଶନକାରୀମାନେ କଡ଼ା ଚେତାବନୀ ଦେଇଛନ୍ତି ଏବଂ ପ୍ରଦର୍ଶନ ସମୟରେ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ଲୋକମାନେ ମଧ୍ୟ ବିରୋଧ କରୁଛନ୍ତି।

ବିରୋଧ କରୁଥିବା ଲୋକମାନେ ମଧ୍ୟ ଗତ କିଛି ମାସ ଧରି ସେନାର ଅବାଧତାକୁ ବିରୋଧ କରୁଛନ୍ତି। ବିକ୍ଷୋଭକାରୀମାନେ ସୈନ୍ୟବାହିନୀ ଦ୍ୱାରା ଜମି ଜବତ ଏବଂ ଖଣି ହଡପ ନେଇ ଅଭିଯୋଗ କରିଛନ୍ତି। ଅର୍ଥନୈତିକ କରିଡର ନାମରେ ଚାଇନା ଏବଂ ପାକିସ୍ଥାନର ବ୍ୟବସାୟ ଘର ଏହି ଅଞ୍ଚଳର ସ୍ଥାନୀୟ ସମ୍ବଳ ଲୁଟ କରୁଛି। ଟାଇମ୍ସ ଅଫ ଇସ୍ରାଏଲ ଅନୁଯାୟୀ, ଗିଲଗିଟ ବଲ୍ଟିସ୍ତାନର ଲୋକମାନେ ସେନା ଦ୍ୱାରା ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ ଏବଂ ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି।

ଖବର କାଗଜ ଦ ଡନ କହିଛି ଯେ କେନ୍ଦ୍ର ସରକାର ଗିଲଗିଟ-ବଲ୍ଟିସ୍ତାନକୁ ବାର୍ଷିକ ଆର୍ଥିକ ବିକାଶ ଅନୁଦାନ ପ୍ରଦାନ କରିନାହାଁନ୍ତି। ଏହି ଅଞ୍ଚଳ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ ଉପରେ ନିର୍ଭର କରିଥାଏ।

Share