Categories: ଜାତୀୟ

କୋଇଲା ସଙ୍କଟ: ମେ ୨୪ ପର୍ଯ୍ୟନ୍ତ ପରିବହନ ପାଇଁ ବାତିଲ ହେବ ଟ୍ରେନ୍‌

ନୂଆଦିଲ୍ଲୀ, ୬ା୫: ଦେଶରେ କୋଇଲା ସଙ୍କଟ ବଢ଼ି ଚାଲିଥିବାରୁ ବହୁ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍‌ ଉତ୍ପାଦନ ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କୋଇଲା ପରିବହନକୁ ସୁଗମ କରିବା ପାଇଁ ଦେଶରେ ୧୧ଶହ ଥର ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି। ଏହା ପୂର୍ବରୁ ୬୫୦ ଥର ଚଳାଚଳ ବାତିଲ କରାଯାଇଥିବା ଭାରତୀୟ ରେଳପଥ ପକ୍ଷରୁ କୁହାଯାଇଥିଲା। ମେ ୨୪ ପର୍ଯ୍ୟନ୍ତ ମେଲ୍‌ ଏକ୍ସପ୍ରେସ୍‌ର ୫୦୦ ଓ ଯାତ୍ରୀବାହୀ ଟ୍ରେନ୍‌ର ୫୮୦ ରାଉଣ୍ଡ ବାତିଲ ହେବାକୁ ଯାଉଛି।

Share