Categories: ଜାତୀୟ

ଭାରତ ମହାସାଗରରେ ପାଓ୍ବାର ଗେମ୍‌, ମରିସସ୍‌ର ଦ୍ୱୀପରେ ଗୁପ୍ତ ସୈନ୍ୟ ଶିବିର…

ନୂଆଦିଲ୍ଲୀ,୯।୮: ଭାରତ ମହାସାଗରେ ପୃଥିବୀର ବଡ଼ବଡ଼ ଦେଶ ପାଓ୍ବାର ଗେମ୍‌ ଆରମ୍ଭ କରିଛନ୍ତି। ନିଜର ଶକ୍ତି ବୃଦ୍ଧି ପାଇଁ ଭାରତ ମଧ୍ୟ ଏଥିରେ ସାମିଲ୍‌ ହୋଇଛି। ଭାରତ ପକ୍ଷରୁ ମରିସସ୍‌ର ଏକ ନିର୍ଜନ ଦ୍ୱୀପରେ ଗୁପ୍ତ ସୈନ୍ୟ ଶିବିର ସ୍ଥାପନ କରାଯାଇଛି। ସମୁଦ୍ରରେ ନିଜର ଶକ୍ତି ବଢାଇବା ସହିତ ବିଭିନ୍ନ ଗବେଷଣାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଏହି ଗୁପ୍ତ ଶିବିର ନିର୍ମାଣ କରାଯାଇଛି। ମରିସସ୍‌ଠାରୁ ୧୧୦୦ କିଲୋମିଟର ଦୂରରେ ଥିବା ଆଗଲେଗା ଦ୍ୱୀପରେ ଭାରତ ଏହି ଶିବିର ନିର୍ମାଣ କରୁଛି। ଏଠାରେ ସାମରୀକ ବିମାନ ଘାଟି ନିର୍ମାଣ ମଧ୍ୟ କରାଯାଉଛି। ଯାହାଦ୍ୱାରା ଆବଶ୍ୟକ ସମୟରେ ଯୁଦ୍ଧ ବିମାନ ଅବତରଣ କରାଇବା ସହଜ ହେବ। ଏହା ପୂର୍ବରୁ ଆମେରିକା, ଚାଇନା, ବ୍ରିଟେନ୍‌, ଫ୍ରାନ୍ସ ଆଦି ସୁପର ପାଓ୍ବାର ଭାରତ ମହାସାଗରରେ ନିଜ ନିଜର ଉପସ୍ଥିତି ଜାହିର କରିସାରିଛନ୍ତି। ଅଗାଲେଗା ଦ୍ୱୀପର ଲମ୍ବ ୧୨ କିଲୋମିଟର ଥିବାବେଳେ ଚୌଡ଼ା ଦେଢ଼ କିଲୋମିଟର ରହିଛି। ଏଠାରେ ମାତ୍ର ୩୦୦ରୁ ୩୫୦ ଜଣ ଲୋକ ବାସ କରୁଛନ୍ତିି।

ଆଗଲେଗା ଦ୍ୱୀପ ଠାରୁ କିଛି ଦୂରରେ ଆମେରିକାର ସାମରିକ ବେସ ଡିଏଗୋ ଗାର୍ସିଆ, ଚାଇନା ସାମରିକ ବେସ ଡିଜିବୌଟି, ଫ୍ରାନ୍ସର ସାମରିକ ବେସ ରିୟୁନିୟୋ ନିର୍ମାଣ କରାଯାଇଛି। କତାରର ମିଡିଆ ହାଉସ ଅଲ ଜଜିରା ଅନୁଯାୟୀ ଭାରତ ଆଗଲେଗା ଦ୍ୱୀପରେ ଏକ ଗୁପ୍ତଚର ସାମରିକ ବେସ ନିର୍ମାଣ କରୁଛି। ଅଲ ଜଜିରା ନୂଆଦିଲ୍ଲୀ ସ୍ଥିତ ଥିଙ୍କ ଟ୍ୟାଙ୍କ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ଗବେଷକ ଅଭିଷେକ ମିଶ୍ରଙ୍କ ଉଦ୍ଦେଶ୍ୟରେ କହିଛି ଯେ, ଏହା ଭାରତ ପାଇଁ ଏକ ଗୁପ୍ତଚର ସୁବିଧା ସାବ୍ୟସ୍ତ ହେବ। ଯାହା ମାଧ୍ୟମରେ ଭାରତ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗର ଏବଂ ମୋଜାମ୍ବିକ ଚ୍ୟାନେଲରେ ନିଜର ବାୟୁସେନା ଏବଂ ନୌସେନାର ଉପସ୍ଥିତି ଜାହିର କରିବାକୁ ସକ୍ଷମ ହୋଇପାରିବ। ଭାରତ ଏଠାରେ ୩ କିଲୋମିଟର ଲମ୍ବା ଏୟାରଷ୍ଟ୍ରିପ ନିର୍ମାଣ କରୁଛି। ଅଭିଷେକ ମିଶ୍ର ଅଲ୍‌ ଜଜିରାକୁ କହିଛନ୍ତି ଯେ, ସେ ଜାଣିବାକୁ ପାଇଛନ୍ତି ଭାରତ ଏହି ଅଞ୍ଚଳକୁ ଜାହାଜ ଷ୍ଟେସନ ଭାବରେ ବ୍ୟବହାର କରିବ। ଏହା ବ୍ୟତୀତ ରନୱେକୁ ପି-୮ଆଇ ବିମାନ ଲାଗି ବ୍ୟବହାର କରିବ। ପି-୮ ଆଇ ଭାରତୀୟ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଦ୍ୱାରା ଏଠାରେ ସର୍ଭେଲାନ୍ସ୍‌ କାର୍ଯ୍ୟ କରାଯିବ। ବୋଲି ଅଭିଷେକ ମିଶ୍ର କହିଛନ୍ତି।

Share