ନୂଆଦିଲ୍ଲୀ,୧୬।୧: ପାୱାର ଗ୍ରୀଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ ଲିମିଟେଡ୍ (ପିଜିସିଆଇଏଲ୍) ହେଉଛି ଏକ ମହାରତ୍ନା ସିପିଏସ୍ୟୁ। ଏହା ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି। ନିକଟରେ ଭାରତ ସରକାର-ଆଫ୍ରିକା୫୦ ସହିତ ଏକ ମିଳିତ ବିକାଶ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ପାନ୍ ଆଫ୍ରିକୀୟ ଭିତ୍ତିଭୂମି ବିନିଯୋଗ ପ୍ଲାଟ୍ଫର୍ମ ଏକ ସାର୍ବଜନୀନ-ଘରୋଇ ସହଭାଗିତାରେ କେନିଆ ଟ୍ରାନ୍ସମଶନ ପ୍ରୋଜେକ୍ଟର ବିକାଶ ଲାଗି କାର୍ଯ୍ୟ କରିବ। ଏହି ପ୍ରକଳ୍ପ ଆଧାରରେ ବିକାଶ, ଆର୍ଥିକ ସହାୟତା, ନିର୍ମାଣ ଏବଂ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିଛି। ଏହା ଜରିଆରେ ୪୦୦କେଭି ଲେସେସ୍-ଲୁସୁକ୍ ଏବଂ ୨୨୦କେଭି କିସୁମୁ-ମୁସାଗା ଟ୍ରାନ୍ସମିଶନ ଲାଇନ ସରକାରୀ ଘରୋଇ ସହଭାଗିତା(ପିପିପି) ଢାଞ୍ଚାରେ ସମାପ୍ତ ହେବ ବୋଲି କୁହାଯାଇଛି। ଏହି ପ୍ରକଳ୍ପ କେନିଆର ପ୍ରଥମ ସ୍ବାଧୀନ ଶକ୍ତି ପରିବହନ (ଆଇପିଟି) ହେବ। ଏହି ସେଟ୍ ଆଫ୍ରିକାରେ ରେଫରେନ୍ସ ପଏଣ୍ଟ ସହ ପ୍ରଥମ ଅଥନୈତିକ ଟ୍ରାନ୍ସମିଶନ ଲାଇନ ରୂପେ ପିପିପି ମୋଡ୍ରେ ହେବ। ଉକ୍ତ ପ୍ରୋଜେକ୍ଟ ପଶ୍ଚିମ କେନିଆରେ ବିଦ୍ୟୁତ୍ ପରିବହନର ଉଭୟ ଯୋଗାଣ ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ। ଫଳରେ ଆଫ୍ରିକାର ଶକ୍ତି ବିସ୍ତାରରେ ଘରୋଇ କ୍ଷେତ୍ର ସହ ପୁଞ୍ଜି ବିନିଯୋଗରେ ଏହା ବ୍ୟାପକ ସାହାଯ୍ୟ କରିବ। ସମ୍ପର୍କରେ ପାଓ୍ବାର ଗ୍ରୀଡ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ କେ. ଶ୍ରୀକାନ୍ତ କହିଛନ୍ତି , ପାଓ୍ବାର ଗ୍ରୀଡ୍ ପ୍ରଥମ ପିପିପି ମୋଡ୍ର ବିକାଶ ପାଇଁ ଆଫ୍ରିକା୫୦ ସହିତ ସହଭାଗୀ ସହ କେନିଆରେ ଟ୍ରାନ୍ସମିଶନ ପ୍ରୋଜେକ୍ଟ ଓ ବିଦ୍ୟୁତ୍ ଯୋଗାଣ ଶୃଙ୍ଖଳାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପାଓ୍ବାରଗ୍ରୀଡ୍ ଆଶାକରେ, ବର୍ତ୍ତମାନ କେନିଆରେ ଟ୍ରାନ୍ସମିଶନ ପ୍ରୋଜେକ୍ଟ ମଧ୍ୟ ଅଧିକ ପ୍ରକଳ୍ପ କରିବା ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିବ। ଫଳରେ ଅନ୍ୟ ଆଫ୍ରିକୀୟ ଦେଶ ପରି କାର୍ଯ୍ୟ କରିବାରେ ଏହାର ସମୃଦ୍ଧ ବୈଷୟିକ ଏବଂ ପରିଚାଳନାଗତ ଅଭିଜ୍ଞତା ସହିତ ପାଓ୍ବାର ଗ୍ରୀଡ୍ ପିପିପି ମୋଡ୍ ଅନ୍ତର୍ଗତ ଟ୍ରାନ୍ସମିଶନ ସିଷ୍ଟମ୍ ଏହି ଯାତ୍ରାରେ ଜଡିତ ହୋଇ ଖୁସି ରହିଛି।