Categories: ବାଣିଜ୍ୟ

ପାଓ୍ବାର ଗ୍ରୀଡ୍‌ ବିଶ୍ରାମ ସଦନର ଭିତ୍ତିପ୍ରସ୍ତର

ଭୁବନେଶ୍ୱର, ୨୪।୨: ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପାଓ୍ବାର ଗ୍ରୀଡ୍‌) ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ବିଶ୍ରାମ ସଦନ’ର ଆନୁଷ୍ଠାନିକ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶର ବିଳାସପୁର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇସେନ୍ସ ବା ଏମ୍ସ ବିଳାସପୁର) ପରିସରରେ ଏକ ୪ମହଲା ବିଶିଷ୍ଟ ବହୁ ତଳ ପ୍ରାସାଦ ‘ବିଶ୍ରାମ ସଦନ’ ପାଓ୍ବାର ଗ୍ରୀଡ୍‌ ପକ୍ଷରୁ ନିର୍ମାଣ କରାଯିବ। ଏହି ପରିପ୍ରେକ୍ଷୀରେ ଏମ୍‌ପି ଜେ.ପି. ନଡ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଡା. ମନସୁଖ ଏଲ୍‌ ମାଣ୍ଡବ୍ୟ ଏବଂ ଅନୁରାଗ ସିଂ ଠାକୁରଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ପାଓ୍ବାର ଗ୍ରୀଡ୍‌ର ସିଏମ୍‌ଡି ଆର୍‌.କେ.ତ୍ୟାଗୀ, ନିର୍ଦ୍ଦେଶକ (ପର୍ସନାଲ) ଡ. ୟତୀନ୍ଦ୍ର ଦ୍ୱିବେଦ୍ୱୀ, ବିଳାସପୁର ଏମ୍ସର ଇଡି ଡା. (ପ୍ରଫେସର) ବୀର ସିଂ ନେଗୀ ଏବଂ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share