କରୋନା ମହାମାରୀରୁ ଆଶ୍ୱସ୍ତି ପାଇବା ପରେ ୨୦୨୨ ପ୍ରଥମାର୍ଦ୍ଧରେ ବିଶ୍ୱ ଦେଖିଥିଲା
ରୁଷିଆ-ୟୁକ୍ରେନ୍ ଯୁଦ୍ଧ। ପରବର୍ତ୍ତୀ ସମୟରେ ବିଭିନ୍ନ ଦେଶରେ ରାଜନୈତିକ ପରିବର୍ତ୍ତନ ଓ ଅର୍ଥନୈତିକ ଦୁଃସ୍ଥିତି ଦୃଷ୍ଟିଗୋଚର ହୋଇଥିଲା। ଅନୁରୂପ ଭାବେ ଔଦ୍ୟୋଗିକ, ପ୍ରଶାସନିକ ଓ ସାମାଜିକ ନେତୃତ୍ୱ ଅନ୍ତର୍ଜାତୀୟଠାରୁ ଆରମ୍ଭ କରି ଜାତୀୟ ଓ ଆଞ୍ଚଳିକସ୍ତର ଯାଏ ଆହ୍ବାନପୂର୍ଣ୍ଣ ରହିଥିଲା। ଏଭଳି ପ୍ରଚ୍ଛଦପଟରେ ବିଦାୟୀ ବର୍ଷରେ ଓଡ଼ିଶା, ଭାରତ ଏବଂ ବିଶ୍ୱର ବିଭିନ୍ନ ବର୍ଗର କ୍ଷମତାକେନ୍ଦ୍ରଙ୍କୁ ନେଇ ‘ଧରିତ୍ରୀ’ ପକ୍ଷରୁ ଏହି ତାଲିକା ବିନା କୌଣସି କ୍ରମ ପ୍ରାଧାନ୍ୟରେ ପ୍ରସ୍ତୁତ କରାଯାଇଛି।