Categories: ଜାତୀୟ

ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…

ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି ମନ୍ତ୍ରୀ ଅନାବନା ଗଛଲଟା କାଟି ସଫା କରିଛନ୍ତି। ଟ୍ରାନ୍ସଫର୍ମର ସଫା କରିବା ସହ ବିଜୁଳି ସପ୍ଲାଏ ଅବରୋଧ କରୁଥିବା କମ୍ପାନୀକୁ ତାଗିଦ କରିଛନ୍ତି। ଫଳରେ ବିଦ୍ୟୁତ୍‌ କର୍ମଚାରୀ ସାଧାରଣ ଲୋକଙ୍କୁ କ୍ଷମା ମାଗିଛନ୍ତି।

ଶକ୍ତିମନ୍ତ୍ରୀ କହିଛନ୍ତି, ଗ୍ବାଲିୟରରେ ବିଜୁଳି କାଟ୍‌ ସମସ୍ୟା ଲାଗି ରହୁଥିଲେ ହେଁ ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ମନ୍ତ୍ରୀ ନିଜେ ବିଜୁଳି ସମସ୍ୟା ବୁଝିବାକୁ ଖୁଣ୍ଟରେ ଚଢ଼ିବାରୁ ବିଦ୍ୟୁତ୍‌ ବିଭାଗର ୩ ଏମ୍‌ଡି ସମସ୍ୟା ଠିକ୍‌ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ନିର୍ଦ୍ଦେଶ ପାଳନ ନ କରିବେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

Share