Categories: ଜାତୀୟ

ଗାଳି ଗୁଲଜ ଶୁଣିବାର ପାୱାର ଅଫ ଆଟର୍ନି ଦିଗବିଜୟଙ୍କ ପାଖରେ, ଶିବରାଜଙ୍କ କଟାକ୍ଷ…

ଭୋପାଳ,୧୮।୧୦ : କଂଗ୍ରେସ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେ କଟାକ୍ଷ କରି କହିଛନ୍ତି କଂଗ୍ରେସରେ ଦଳର ବିଭିନ୍ନ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟା ଯାଇଛି। ସେଥିମଧ୍ୟରେ ଗାଳି ଗୁଲଜ ଶୁଣିବାର ପାୱାର ଅଫ ଆଟର୍ନି ଦିଗବିଜୟ ସିଂଙ୍କ ପାଖରେ ରହିଛି। ଏହାର ସୂଚନା ଖୋଦ କମଲନାଥ ଦେଇଛନ୍ତି।

ସେହିପରି ସରକାର ଚଳାଇବାର ପାୱାର ଅଫ ଆଟର୍ନି ମଧ୍ୟ ଦିଗବିଜୟଙ୍କ ପାଖରେ ରହିଛି। ପୂର୍ବରୁ ମଧ୍ୟ ଦଳରେ ବିଭାଜନ ହୋଇଥିଲା ଏବଂ ପରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

Share