ନୂଆଦିଲ୍ଲୀ,୨୪।୭: ଦିଲ୍ଲୀ ପୋଲିସ କମିଶନରଙ୍କର କ୍ଷମତାରେ ବୃଦ୍ଧି ହୋଇଛି। ଉପରାଜ୍ୟପାଳ ଅନୀଲ ବୈଜଲ ଦିଲ୍ଲୀ ପୋଲିସ କମିଶନରଙ୍କ କ୍ଷମତାକୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ଆଇନ(ଏନ୍ଏସ୍ଏ) ଅନ୍ତର୍ଗତ ବୃ୍ଦ୍ଧି କରିଛନ୍ତି। ଫଳରେ ଏହି ସମୟ ମଧ୍ୟରେ ଦିଲ୍ଲୀ ପୋଲିସ କମିଶନରଙ୍କର ଯେ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ଅଧିକାର ରହିବ। ସମ୍ପ୍ରତି ଯନ୍ତରମନ୍ତରରେ କୃଷି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଉପରାଜ୍ୟପାଳକଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ବିଶେଷ ଗୁରୁତ୍ୱବହନ କରୁଛି। ନିର୍ଦ୍ଦେଶର ଉଲ୍ଲେଖ ହୋଇଛି ଯେ ଜାତୀୟ ସୁରକ୍ଷା ଅଧିନିୟମ, ୧୯୮୦ର ଧାରା ୨ ଅନୁଯାୟୀ ଦିଲ୍ଲୀ ପୋଲିସ କମିଶନର ୧୯ ଜୁଲାଇରୁ ୧୮ଅକ୍ଟୋବର ପର୍ଯ୍ୟନ୍ତ ଅଟକ ରଖିବା କ୍ଷମତା ବ୍ୟବହାର କରିପାରିବେ। ଏହାପୂର୍ବରୁ, ଦିଲ୍ଲୀ ପୋଲିସର କମିଶନର ବାଲାଜୀ ଶ୍ରୀବାସ୍ତବ ସୁରକ୍ଷା ଦୃଷ୍ଟିରୁ ପାରାଗ୍ଲାଇଡର୍ ଏବଂ ହଟ୍ ଏୟାର ବେଲୁନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଥିଲେ।