ମାନିଲା,୧।୫ : ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନବନ୍ଦରରେ ଉପସ୍ଥିତ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ବିଦ୍ୟୁତ ସରବରାହ ବନ୍ଦ ହେବାର କାରଣ ପ୍ରକାଶ ନକରି ଫେସବୁକରେ ପୋଷ୍ଟ କରାଯାଇଥିବା ବିବୃତ୍ତିରେ ନିନୋ ଆକ୍ୱିନୋ ଅନ୍ତର୍ଜାତୀୟ ବିମାନବନ୍ଦର କହିଛି, ବିଦ୍ୟୁତ ନ ଥିବାରୁ ବିମାନ ଉଡାଣରେ ବିଳମ୍ବ ହେବାର ଆଶଙ୍କା ରହିଛି।
ବ୍ୟାକଅପ ପାୱାର ସିଷ୍ଟମ ଯୋଗୁଁ ଏୟାରଲାଇନ୍ସ ଏବଂ ଇମିଗ୍ରେଶନ କମ୍ପ୍ୟୁଟରଗୁଡ଼ିକ ଆଂଶିକ କାର୍ଯ୍ୟ କରୁଛି। ମାନିଲା ଇଲେକ୍ଟ୍ରିକ କମ୍ପାନୀ ଏବଂ ବିମାନବନ୍ଦର ଅପରେଟରମାନେ ବିଦ୍ୟୁତ ସରବରାହର କାରଣ ଅନୁସନ୍ଧାନ କରୁଛନ୍ତି।