ଜନଜୀବନକୁ ଦୁର୍ବିସହ କରିଦେଉଛି ବିଦ୍ୟୁତ୍‌ ବିଭ୍ରାଟ

ଧର୍ମଶାଳା,୧୨ା୬(ଡି.ଏନ.ଏ.): କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଗୁଳୁଗୁଳି ଅନୁଭୁତ ହେଉଥିବାବେଳେ ଘନଘନ ବିଦ୍ୟୁତ୍‌ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭଗ ପକ୍ଷରୁ ପୁର୍ବାନୁମାନ କରାଯାଇଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଭୁଲ ପମାଣିତ ହେବା ସହ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାକୁ ଆଉ କିଛି ଦିନ ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଜୁନ ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଯାଉଥିବାବେଳେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରିରହିଛି। ଏହିପରିପ୍ରେକ୍ଷୀରେ ଧର୍ମଶାଳା ବ୍ଲକ ଅଞ୍ଚଳରେ ଗୁଳୁଗୁଳି ଲାଗିରହିଛି। ସକାଳୁ ସୂର୍ଯ୍ୟର ତାପ ଏତେ ରହୁଛି ଯେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। କିଛିଦିନ ହେଲା ଅଞ୍ଚଳରେ ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସକାଳ ୮ଟାରୁ ଅପରାହ୍ନ ସାଢ଼େ ୫ଟାଯାଏ ଘରୁ ବାହାରି ହେଉନାହିଁ। ସେପଟେ ବିଦ୍ୟୁତ୍‌ ଯୋଗାଣ ଦାୟିତ୍ୱରେ ଥିବା ଟାଟାପାୱାର ପୁରୁଣା ବିଲ ଆଦାୟ ସହିତ ଉପଭୋକ୍ତାଙ୍କ ଘରେ ପସି ଜୋରଜବରଦସ୍ତ ଜରିମାନା ଆଦାୟ କରିବାରେ ଲାଗିପଡିଥିବା ବେଳେ ବିଦ୍ୟୁତ ଯୋଗାଣ ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ହେଉ ନ ଥିବା ବିଭାଗୀୟ ମନ୍ତ୍ରୀ ଡିଣ୍ଡିମ ପିଟୁଥିବାବେଳେ ଅସହ୍ୟ ଗୁଳୁଗୁଳିରେ ବାରମ୍ବାର ବିଦ୍ୟୁତ୍‌ କାଟ ଯୋଗୁ ଗ୍ରାମାଞ୍ଚଳ ଲୋକେ ତାତିରେ ଆଉଟିପାଉଟି ହେଉଛନ୍ତି। ବିଦ୍ୟୁତ ବିତରଣ କମ୍ପାନୀ ପ୍ରତି ରାଜ୍ୟ ସରକାର ଅଧିକ ଅନୁକମ୍ପା ଦେଖାଉଛନ୍ତି। ଫଳରେ ବକେୟା ପାଉଣା ଆଦାୟ ନାମରେ ଗରିବ ଓ ଅସହାୟ ଲୋକଙ୍କ ବିଦ୍ୟୁତ ସଂଯୋଗକୁ କମ୍ପାନୀର କର୍ମଚାରୀ ଆସି କାଟି ଦେଉଛନ୍ତି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟରବାତାବରଣ ସୃଷ୍ଟି ହୋଇଛି। ଟାଟା ପାୱାର ପ୍ରତି ରହିଥିବା ଅନୁକମ୍ପା ଆଗାମୀ ଦିନରେ ସରକାରଙ୍କୁ ଭାରିପଡ଼ିପାରେ ବୋଲି ଆଲୋଚନା ହେଉଛି।

Share