Categories: ଜାତୀୟ

କୋଇଲା ଅଭାବ ଯୋଗୁ ଦିଲ୍ଲୀ ମେଟ୍ରୋ ଟ୍ରେନ୍‌, ହସ୍ପିଟାଲରେ ବିଜୁଳି ଯୋଗାଣରେ ଉପୁଜିପାରେ ବାଧା

ନୂଆଦିଲ୍ଲୀ,୨୯ ।୪: କୋଇଲା ଅଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରାଜଧାନୀର ମେଟ୍ରୋ ଟ୍ରେନ୍ ଓ ହସ୍ପିଟାଲ ସମେତ କିଛି ଗୁରୁତ୍ୱପର୍ଣ୍ଣ ପ୍ରତିଷ୍ଠାନ ଗୁଡିକରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାର ଏକ ବଡ ଚେତାବନୀ ଦେଇଛନ୍ତି । ଦିଲ୍ଲୀର ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ଏକ ଜରୁରୀ ବୈଠକ କରି ସ୍ଥିତିର ଆକଳନ କରିବା ସହ ଜାତୀୟ ରାଜଧାନୀକୁ ବିଦ୍ୟୁତ ଯୋଗାଣ କରୁଥିବା ବିଦ୍ୟୁତ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଇ ଦେବାକୁ ନିଶ୍ଚିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।
ଏକ ସରକାରୀ ବୟାନରେ କୁହାଯାଇଛି କି ଦାଦରି ଦ୍ୱିତୀୟ ଓ ଉଚ୍ଚାହାର ବଜୁଳି ଷ୍ଟେଶନରୁ ବିଜୁଳି ଯୋଗାଣ ବାଧାପ୍ରାପ୍ତ କାରଣରୁ ଦିଲ୍ଲୀ ମେଟ୍ରୋ ଓ ଦିଲ୍ଲୀର ସରକାରୀ ହସ୍ପିଟାଲ ସହିତ କିଛି ଆବଶ୍ୟକ ସଂସ୍ଥାକୁ ୨୪ ଘଣ୍ଟା ବିଜୁଳି ଯୋଗାଣରେ ବାଧା ସୃଷ୍ଟି ହୋଇପାରେ ।

Share