ଆକ୍ରାନ୍ତ ହରାଇବେ କଥା କହିବା ଶକ୍ତି: କରୋନାର ନୂଆ ଭାରିଆଣ୍ଟ ନେଇ ଆତଙ୍କ…

ନୂଆଦିଲ୍ଲୀ,୨୫।୧୨ : ଦୀର୍ଘ ଦିନର ବିରତି ପରେ କରୋନା ମହାମାରୀ ପୁଣି ଥରେ ଦେଶରେ ବ୍ୟାପିବାରେ ଲାଗିଲେ। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ନୂଆ ଭାରିଆଣ୍ଟ ଜେଏନ.ବ ନେଇ ଲୋକଙ୍କ ଲାଗି ଚେତାବନୀ ଜାରି କରିଛି। ଏପରିସ୍ଥଳେ ଏକ ଅଧ୍ୟୟନ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଧ୍ୟୟନରେ ଏହା ଦାବି କରାଯାଇଛି କରୋନାର ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ଗଳାକୁ ସଂକ୍ରମିତ କରିପାରେ। ଏହା ଦ୍ୱାରା ଆକ୍ରାନ୍ତ ନିଜର କଥା କହିବା ଶକ୍ତି ହରାଇବାର ଆଶଙ୍କା ରହିଛି।

ଅପରପକ୍ଷରେ, ଦେଶରେ କରୋନାର ସବ-ଭାରିଆଣ୍ଟ ଜେଏନ.୧ (ବିଏ.୨.୮୬.୧.୧)ର ୨୨ଟି ମାମଲା ନିଶ୍ଚିତ ହୋଇଛି। ଜେନୋମ ପରୀକ୍ଷଣରୁ ଜଣାପଡିଛି ୯୦ ପ୍ରତିଶତ ମାମଲା କରୋନାର ଏକ୍ସବିବି ଭାରିଆଣ୍ଟ କାରଣରୁ ହୋଇଛି। ଦେଶରେ ଜେଏନ.୧ ମାମଲା କମ ରହିଛି।

ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁଣମ ଖେତରପାଲ ସିଂ କହିଛନ୍ତି କରୋନା ଭାଇରସ କ୍ରମାଗତ ଭାବରେ ବିକଶିତ ତଥା ପରିବର୍ତ୍ତିତ ହୋଇ ବିଶ୍ୱର ସମସ୍ତ ଦେଶରେ ବ୍ୟାପୁଛି। ଯଦିଓ ସାମ୍ପ୍ରତିକ ପ୍ରମାଣରୁ ଜଣାପଡିଛି ଜେଏନ.୧ ଜନସ୍ବାସ୍ଥ୍ୟ ପାଇଁ ସାମାନ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତଥାପି ଏହାର ଭାଇରସର ବିବର୍ତ୍ତନ ଉପରେ ନଜର ରଖି ସେହି ଅନୁଯାୟୀ ଆମର ପ୍ରତିକ୍ରିୟାକୁ ଅନୁକୂଳ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଦେଶଗୁଡିକ ପାଇଁ ତଦାରଖ ଏବଂ ଜେନୋମ କ୍ରମକୁ ମଜବୁତ କରିବା ଏବଂ ତଥ୍ୟ ମଧ୍ୟ ଅଂଶୀଦାର କରିବା ଆବଶ୍ୟକ। ଭାରତରେ କରୋନାଭାଇରସ ରୋଗର କ୍ରମାଗତ ବୃଦ୍ଧି ମଧ୍ୟରେ ଏହି ପରାମର୍ଶ ଜାରି କରାଯାଇଛି।

କରୋନା ଭାଇରସର ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ଗଳାକୁ କ୍ଷତି ପହଞ୍ଚାଇପାରେ। ଏହାର ପ୍ରଭାବରେ ଆକ୍ରାନ୍ତ କଥା କହିବା ଶକ୍ତି ହରାଇ ପାରନ୍ତି। ଏହା ଏକ ଅନୁସନ୍ଧାନରେ ପ୍ରକାଶ ପାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ସଂକ୍ରମଣ ଗଳାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଏହାକୁ ଭୋକାଲ ପାରାଲିସିସ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri