ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ମେଲଗାର ରାଜ୍ୟର ଆୟାଭିରି ସହରରୁ ପ୍ରାୟ ୨୦ କିଲୋମିଟର ଦୂର ଉତ୍ତର-ପୂର୍ବ ଏବଂ ୨୪୦କିଲୋମିଟର ଗଭୀରତା ରହିଥିଲା। ଏନେଇ ପେରୁର ଜିଓଫିଜିକାଲ ଇନ୍ଷ୍ଟିଚ୍ୟୁଟ୍(ଆଇଜିପି) ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ସ୍ଥାନୀୟ ସମୟ ଅନୁସାରେ ୭ଟା ୨ମିନିଟ୍ରେ ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଭୂକମ୍ପ ହେବା ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କେହି ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।