Categories: ଫୁରସତ

ପାଳଙ୍ଗରୁ ତିଆରି ହେଲା ବ୍ୟାଟେରୀ: ଏଥିରେ କିଛି ମିନିଟରେ ଚାର୍ଚ୍ଚ ହୋଇପାରିବ ମୋବାଇଲ, ଇଲେକ୍ଟ୍ରୋନିକ କାର

ପାଳଙ୍ଗ ସାଗରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି। ଏହା ମଣିଷ ଶରୀର ପାଇଁ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣି ନ ଥିବେ ଯେ, ପାଳଙ୍ଗରେ ଏପରି ଉପାଦାନ ରହିଛି, ଯାହାକି ବ୍ୟାଟେରୀକୁ ଖୁବ୍‌ ସମୟ ମଧ୍ୟରେ ଚାର୍ଜ କରିଦେବ। ଆମେରିକନ ୟୁନିଭର୍ସିଟିର ଗବେଷକମାନେ ଏିମତି କିଛି କରି ଦେଖାଇଛନ୍ତି।
ଏଥିପାଇଁ ଉକ୍ତ ଟିମ୍‌କୁ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥିଲା। ପ୍ରଥମେ ସେମାନେ ପାଳଙ୍ଗକୁ ଭଲ ଭାବେ ଧୋଇଥିଲେ। ପରେ ଏଥିରୁ ଜୁସ୍‌ ବାହାର କରାଯାଇ ଶୁଖାଇ ଦିଆଗଲା। ଉକ୍ତ ପାଉଡରକୁ ଫ୍ରିଜ୍‌ରେ ରଖିଦିଆଗଲା। ପରେ ଏହି ପାଳଙ୍ଗକୁ ମୋର୍ଟାର ସହ ପ୍ରତିକ୍ରିୟା କରାଯାଇ ଏଥିରୁ ନାଇଟ୍ରୋଜେନ ତିଆରି କରାଗଲା। ଯେତେବେଳେ ଏହାକୁ ବ୍ୟାଟେରୀର ବ୍ୟବହାର କରାଗଲା,ବ୍ୟାଟେରୀର ଶକ୍ତି ୨ ଗୁଣ ବଢ଼ିଗଲା। ଏହି ବିଦ୍ୟୁତରେ ସ୍ମାର୍ଟ ଫୋନ ସାଙ୍ଗକୁ ଇଲେକ୍ଟ୍ରୋନିକ କାରକୁ ମଧ୍ୟ ଖୁବ୍‌ କମ୍‌ ସମୟ ମଧ୍ୟରେ ଚାର୍ଜ କରାଯାଇପାରିବ। ପାଳଙ୍ଗରେ ତିଆରି ଏହି ବ୍ୟାଟେରୀ ବହୁତ ଶସ୍ତା ବୋଲି ଜଣାପଡ଼ିଛି।

Share