Categories: ଜାତୀୟ

କେମିକାଲ ଫ୍ୟାକ୍ଟ୍ରିରେ ପ୍ରଚଣ୍ଡ ବିସ୍ଫୋରଣ

ମୁମ୍ବାଇ,୨୦।୩: ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ପୂର୍ବାହ୍ନ ୮ଟା ୩୦ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରି ଭିତରେ ୪୦ରୁ ୫୦ ଲୋକ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ୟାକ୍ଟ୍ରିର ବଏଲରରେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଜାରି ରହିଛି। ଫ୍ୟାକ୍ଟ୍ରି ଭିତରେ ଲୋକେ ଅଟକି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ପ୍ରଶାସନ କହିଛନ୍ତି।

Share