ଗାଦି ହାସଲ ପଲିଟିକ୍ସ ଗଣତନ୍ତ୍ରକୁ ଭ୍ରଷ୍ଟ କରୁଛି

୨୫ ଅଗଷ୍ଟ ୨୦୨୪ ରବିବାରର ମାସିକ ମନ୍‌କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ରାଜନୀତି ପୃଷ୍ଠଭୂମି ନ ଥିବା ଲକ୍ଷେ ଯୁବତୀ ଯୁବକ ରାଜନୀତିକୁ ଆସିଲେ ଗଣତନ୍ତ୍ର ସୁଦୃଢ ହେବ। ସ୍ବାଧୀନତା ସଂଗ୍ରାମରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିବା ଅଗଣିତ ଲୋକଙ୍କ ସମାନ୍ତରାଳ ଉଦାହରଣ ସେ ଥୋଇଛନ୍ତି। ସେ ଭୁଲିଯାଇଛନ୍ତି ଯେ ଆଜିକାଲି ରାଜନୈତିକ ଦଳର ସମର୍ଥକ ବା ଅଂଶ ହୋଇ ନ ଥିବା ପରିବାର ପ୍ରାୟ ନାହିଁ, ଯାହାକୁ ପଚାରିବ ସେ କହୁଛି ସେ ଭାଜପା ବା ବିଜେଡି ବା କଂଗ୍ରେସ ସମର୍ଥକ – ଅବଶ୍ୟ ଆହୁରି କେତେ ଛୋଟ ଛୋଟ ଦଳର ସମର୍ଥକ ବି ଅଛନ୍ତି। ତେଣୁ ରାଜନୀତି ପୃଷ୍ଠଭୂମି ନ ଥିବା ପରିବାର ପ୍ରାୟ ନାହିଁ। କେତେକ ଦଳ ନିର୍ବାଚନ କମିଶନଙ୍କ ପାଖରେ ରେଜିଷ୍ଟର୍ଡ ହୋଇଥାନ୍ତି କେବଳ କମ୍ପାନୀ ଓ ଠିକାଦାରମାନଙ୍କଠାରୁ ଖୋଲାଖୋଲି ଚାନ୍ଦା ପାଇବା ପାଇଁ। ଆୟକର-ଛାଡ ଚାନ୍ଦା। ପକ୍କା ଅପରାଧୀମାନେ ସବୁବେଳେ ଶାସକ ଦଳରେ ଯୋଡି ହୁଅନ୍ତି, ରାଜନେତାଙ୍କ ଛତ୍ରଛାୟା ପାଇବାକୁ, ପୋଲିସର ଜୁଲୁମରୁ ରକ୍ଷା ପାଇବା ଆଶାରେ। ନଜିର ଅଛି ସେମାନଙ୍କୁ ଗିରଫ କରିବା ପୂର୍ବରୁ ପୋଲିସକୁ ସ୍ଥାନୀୟ ଏମ୍‌ଏଲ୍‌ଏଙ୍କୁ ଜଣାଇବାକୁ ପଡେ। ଆମେ ଶୁଣିଛୁ ମହାତ୍ମା ଗାନ୍ଧୀ ଚାହୁଁଥିଲେ ସ୍ବାଧୀନତା ପାଇଲା ପରେ ଜାତୀୟ କଂଗ୍ରେସ ଦଳକୁ ଭାଙ୍ଗି ଦିଆଯାଉ, କାରଣ ସେମାନେ ସ୍ବାଧୀନତା-ସଂଗ୍ରାମରେ ଭାଗନେବାଟାକୁ ପୁଞ୍ଜି କରି ତାହାର ଡିଭିଡେଣ୍ଡ(ଲାଭାଂଶ) ଭାବେ ଦେଶରେ ଭ୍ରଷ୍ଟାଚାର ବଢାଇପାରନ୍ତି। ପ୍ରତି ପ୍ରତିନିଧି ଯେତେ ଦରମା ପାଇବେ ତାହାଠାରୁ ବହୁତ ବେଶି ଖର୍ଚ୍ଚ ନିର୍ବାଚନ ଲଢିବାରେ ଖର୍ଚ୍ଚ କରିପାରିବେ ବୋଲି ସେମାନେ ନିୟମ କରାଇନେଇଛନ୍ତି: ଯଥା ଏମ୍‌ପିଙ୍କ ଦରମା ୫ ବର୍ଷରେ ୬୦ ଲକ୍ଷ ଟଙ୍କା ପାଖାପାଖି ଜାଣି ମଧ୍ୟ ପ୍ରତି ଏମ୍‌ପି ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ୯୫ ଲକ୍ଷ ଯାଏ ଖର୍ଚ୍ଚ କରିପାରିବେ, ଆଗତୁରା ୯୫ ଲକ୍ଷ ଟଙ୍କା ଓ ପରେ ପରେ ତା’ ଉପରେ ସୁଧ ତ କେଉଁଠୁ ଆଣିବ ଭ୍ରଷ୍ଟାଚାର ନ କଲେ! (ଗ୍ରାମର ୱାର୍ଡମେମ୍ବର ଭଳି ନିମ୍ନ ସ୍ତରର ନିର୍ବାଚନରେ ବି ପ୍ରାର୍ଥୀ ଖର୍ଚ୍ଚ କରିବାର ଯେଉଁ ସୀମା ରଖାଯାଇଛି ତାହା ସମ୍ଭାବ୍ୟ ଦରମାର ଦଶ ପଚାଶ ଗୁଣ, ତା’ ମାନେ ତିଆରି ହୋଇଥିବା ଆଇନରେ ଭ୍ରଷ୍ଟାଚାରର ବୀଜ ପୋତା ହୋଇଛି)। ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଭିତରେ ଦଳ କରୁଥିବା ଖର୍ଚ୍ଚ ଗଣାଯିବ ନାହିଁ। ତା’ମାନେ ରାଜନୈତିକ ଦଳଗୁଡ଼ିକ ବି ଭ୍ରଷ୍ଟାଚାରରେ ଲିପ୍ତ ହେବେ, କଳାଟଙ୍କାବାଲାଙ୍କଠୁ ହେଉ ବା କମ୍ପାନୀମାନଙ୍କଠାରୁ ଚାନ୍ଦା ଆକାରରେ ହେଉ ଯୋଗାଡ କରିବେ। ଦାତାମାନେ ଏହାକୁ ସରକାରୀ ଅନୁଗ୍ରହ ପାଇବାର ଲାଞ୍ଚ ଭାବେ ଧରିନେବେ! ଏଇ ତ ପଲିଟିକ୍ସ! ରେଜିଷ୍ଟର୍ଡ ଦଳକୁ ଚାନ୍ଦା ଉପରେ ଉଭୟ ଦାତା ଓ ପ୍ରାପକଙ୍କୁ ଆୟକର ଛାଡ ଉପର ଦେଖାଣିଆ କଥା। ପ୍ରକୃତରେ ଶାସନକୁ ଆସିବାର ସମ୍ଭାବନା ଥିବା ଦଳକୁ ବେଶି ଦାନ ମିଳେ, ସେମାନେ ଦାତାଙ୍କ ବିପକ୍ଷରେ ଯିବା ଭଳି ଆଇନ ଆଣିବେ ନାହିଁ ଆଶାରେ; ବିରୋଧୀ ଦଳମାନେ ବି ଚାନ୍ଦା ପାଆନ୍ତି ବେଶି ଆପତ୍ତି କରିବେ ନାହିଁ ଆଶାରେ! ଶାସକ ଦଳ ଟିକସଦାତାମାନଙ୍କ ପଇସାରେ କମ୍ପାନୀମାନଙ୍କ ପାଇଁ ରାସ୍ତାଘାଟ, ବିମାନବନ୍ଦର ଆଦି କରେ, ସେମାନଙ୍କୁ ମାଗଣା ବା ଶସ୍ତାରେ ଦେଶର ପ୍ରାକୃତିକ ସମ୍ପଦ ଟେକିଦିଏ, ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ଉପରେ ଟିକସ ରିହାତି ଦିଏ। ଗରିବର ଗରିବୀ ବଢେ, ସେମାନଙ୍କ ଭୋଟ ପାଇବା ପାଇଁ ରାଜନୈତିକ ଦଳମାନେ ମାଗଣା ରସଦ ଓ ରକମ ରକମର ଫ୍ରିବି ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରନ୍ତି! ତେଣୁ ଅଧିକ ଭୋଟ ପାଇବାର ଚେଷ୍ଟାରେ ଚାଲିଥିବା ପଲିଟିକ୍ସ ଗଣତନ୍ତ୍ରର କଳଙ୍କ। ପଲିଟିକ୍ସ ପୃଷ୍ଠଭୂମି ନ ଥିବା ଲୋକ ତ ନାହାନ୍ତି, ପଲିଟିକ୍ସବିହୀନ ଲକ୍ଷେ ସଜ ଲୋକ ଆସିବେ କେଉଁଠୁ!
ଆମ ଦେଶରେ ୫୪୫ ଲୋକ ସଭା, ୨୪୫ ରାଜ୍ୟ ସଭା ଏବଂ ୪୧୨୩ ବିଧାନସଭା ଆସନ – ମୋଟ ୪୯୧୩ ଆସନ। ପଞ୍ଚାୟତ ସ୍ତରରେ ଆସନ ସଂଖ୍ୟା ଦଶ ହଜାରରୁ ବେଶି। ସମସ୍ତେ ସମ୍ଭାବ୍ୟ ଦରମାଠାରୁ ବହୁତ ବେଶି ଖର୍ଚ୍ଚ କରନ୍ତି ଆସନଟିଏ ଜିତିବା ପାଇଁ, ସେତକ ଖର୍ଚ୍ଚ ତ ଉଠାଇବେ, ତା’ ଉପରେ ପୁଣି ପରିବାର ‘ଏବେ ସମ୍ଭାଳିବାର ଓ ଭବିଷ୍ୟତରେ ସମ୍ଭାଳି ହେବାର ଖର୍ଚ୍ଚ’ ତ ଉଠାଇବେ – ଏ ସବୁ ତ ଭ୍ରଷ୍ଟାଚାର ବଢାଏ। ଲେଜିସ୍ଲେଚରରେ ନିଜର ସଦସ୍ୟ ସଂଖ୍ୟା ଯେତେ ବଢିବ ରାଜନୈତିକ ଦଳ ସେତେ ପ୍ରଭାବଶାଳୀ। ତେଣୁ ସରକାର ଗଢିବା ପାଇଁ ଶାସକଦଳ ଅନ୍ୟ ଦଳରୁ ଅସନ୍ତୁଷ୍ଟଙ୍କୁ ଫୁସୁଲାଇ ପଦ-ଲୋଭ ଦେଖାଇ ଆକର୍ଷିତ କରନ୍ତି, ନ ହେଲେ ସନ୍ଧିଗ୍ଧ ଆର୍ଥିକ ଅପରାଧ ପାଇଁ ଇଡି ବା ସିବିଆଇ ଲଗାଇ ଭୀତତ୍ରସ୍ତ କରାନ୍ତି ଯେଉଁଥିରୁ ରକ୍ଷା ପାଇବା ଲାଗି ସମ୍ପୃକ୍ତ ରାଜନେତା ଶାସକ ଦଳରେ ମିଶେ। ଏଥିପାଇଁ ଆଇନକୁ ଲାଗୁ କରୁଥିବା ଅଧିକାରୀ(ରେଗୁଲେଟର)ମାନଙ୍କୁ ଶାସକ ଦଳ ବ୍ୟବହାର କରିଥାଏ, ଶାସକ ଦଳରେ ମିଶିଗଲେ ମାମଲା ବନ୍ଦ ହୋଇଯିବ ବା କୋହଳ ଦଣ୍ଡ ମିଳେ। ଏ ପ୍ରକାରର ପଲିଟିକ୍ସ ତ ଭ୍ରଷ୍ଟାଚାରର ଜନନୀ।
ପଲିଟିକ୍ସ କେବଳ ଲେଜିସ୍ଲେଚର ୱିଙ୍ଗ(ବିଧାୟିକା ଶାଖା)ରୁ ଜନ୍ମ ନିଏ, ଗଣତନ୍ତ୍ରର ଅନ୍ୟ ଦୁଇ ଶାଖାକୁ ବ୍ୟାପେ, ତା’ ସାଙ୍ଗରେ ଭ୍ରଷ୍ଟାଚାର ବି। ପଲିଟିକ୍ସ ହିଁ ଗଣତନ୍ତ୍ର ଶାସନରେ ଥିବା ତିନି ଶାଖା ଭିତରେ ଥିବା ପ୍ରତିଯୋଗିତା ଓ ଛକାପଞ୍ଝାର ପରିବେଶକୁ ହଟାଇବାକୁ ଚାହେଁ, ଅନ୍ୟ ଦୁଇ ଶାଖାକୁ ଲେଜିସ୍ଲେଚରର ବୋଲକରା କରିବାକୁ ଚାହେଁ। ଏଗ୍‌ଜିକ୍ୟୁଟିଭ ହିଁ ଲେଜିସ୍ଲେଚର କରିଥିବା ଆଇନ ଅନୁଯାୟୀ ଦେଶକୁ ଚଳାଏ। ଜୁଡିସିଆରି ଆଇନର ବୈଧତା ପରଖିବାରେ ଲେଜିସ୍ଲେଚର ଉପରେ ନଜର ରଖେ ଏବଂ ଏଗ୍‌ଜିକ୍ୟୁଟିଭ ପ୍ରଚଳିତ ଆଇନ ଅନୁଯାୟୀ ପ୍ରଶାସନ ଚଳାଉଛି କି ନାହିଁ ଓ ନାଗରିକମାନଙ୍କ ଅଧିକାରକୁ ସୁରକ୍ଷିତ ରଖୁଛି କି ନାହିଁ ତାହା ଦେଖେ: ସୁପ୍ରିମକୋର୍ଟ ରାୟ ଦେଶର ଆଇନ ଭଳି କାମ କରେ ଯେ ପର୍ଯ୍ୟନ୍ତ ଲେଜିସ୍ଲେଚର ନୂଆ ଆଇନ ଆଣି ସେ ରାୟକୁ ରଦ୍ଦ ନ କରିଛି। ଭୁଲ ବାଟରେ ଆଇନକୁ ନେଉଥିବା ଅଧିକାରୀଙ୍କୁ ନ୍ୟାୟପାଳିକା ଦଣ୍ଡିତ କରିପାରେ। ଲେଜିସ୍ଲେଚରମାନଙ୍କ (ବିଧାୟକମାନଙ୍କ) ପଲିଟିକ୍ସ ହିଁ ଗଣତନ୍ତ୍ରର ରୂପ ବଦଳାଉଛି, ଦଳର ପ୍ରତିନିଧି ହିଁ ଲୋକ ପ୍ରତିନିଧି ପ୍ରାର୍ଥୀ ହେବାର ଶ୍ରେୟତା ପାଉଛନ୍ତି, ନିର୍ବାଚନମଣ୍ଡଳୀର ଲୋକେ ତାଙ୍କ ଭିତରୁ ପ୍ରାର୍ଥୀ ବାଛିବାର ଅଧିକାର ରଦ୍ଦ ହୋଇଗଲାଣି, ଦଳର ମତକୁ ପ୍ରତିଫଳିତ କରୁଥିବା ବ୍ୟକ୍ତିି ବିଧାୟକ ପ୍ରାର୍ଥୀ ହେଲେ ରାଜ୍ୟର, ସାଂସଦ ପ୍ରାର୍ଥୀ ହେଲେ ଦେଶର ଯେକୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇପାରିବେ। ତେଣୁ ଦଳର କଣ୍ଟ୍ରୋଲରେ ଏମ୍‌ଏଲ୍‌ଏ ଓ ଏମ୍‌ପି ପଦ, ଦଳର ମୁଖିଆଙ୍କ ଅଧୀନରେ ଏକ ଚାକିରି ଭଳି; ଦଳୀୟ ବିଶୃଙ୍ଖଳା ପାଇଁ ତାଙ୍କୁ ଦଳରୁ ମୁଖିଆ ବହିଷ୍କାର କରିପାରିବେ, ଏମ୍‌ଏଲ୍‌ଏ ବା ଏମ୍‌ପି ଆସନରୁ ତଡା ହେବାର ଆଦେଶ ବାଚସ୍ପତିଙ୍କଠାରୁ ନେଇପାରିବେ। ସରକାରୀ ଦଳରୁ ବାଚସ୍ପତି ହୋଇଥିବାରୁ ଶାସକ ଦଳର ମୁଖିଆଙ୍କ ଅନୁରୋଧକୁ ଗ୍ରହଣ କରିବାକୁ ଏକପ୍ରକାର ବାଧ୍ୟ, ନ ହେଲେ ତାଙ୍କ ବାଚସ୍ପତି ପଦ ପ୍ରତି ଅନାସ୍ଥା ପ୍ରସ୍ତାବ ଅଣାଯାଇପାରେ(ଶାସକ ଦଳର ସଂଖ୍ୟାଧିକ ଭୋଟ ଅଛି ନା) ! ଗଣତନ୍ତ୍ରର ପୋଷାକରେ ଦଳତନ୍ତ୍ର (ଫାସିଜିମ୍‌) ଚାଲିଛି। ରାଷ୍ଟ୍ରର ତିନୋଟି ଶାଖା ଭିତରେ ଯେଉଁ ଦୂରତା ଥିଲା ତାକୁ ଦଳମାନଙ୍କର ପଲିଟିକ୍ସ ହଟାଇ ଦେଲାଣି। ଗୋଟିଏ ଶାଖାର ଅଧିକାରୀ (ସର୍ବଭାରତୀୟ ଚାକିରି ବା ବିଚାରପତି ପଦ ଛାଡି ରାଜନୈତିକ ଦଳରେ ଯୋଗଦେବାକୁ ଆଉ ଅପେକ୍ଷା କରିବାକୁ ପଡୁନାହିଁ (କୁଲିଂ ଅଫ୍‌ ପିରିଅଡ୍‌ ନାହିଁ)। ତେଣୁ ନିର୍ବାଚନ ଆସନ୍ନ ହେଲେ ଇଚ୍ଛିତ ରାଜନୈତିକ ଦଳ ସପକ୍ଷରେ କାମ କଲେ, ପ୍ରାର୍ଥତ୍ପତ୍ର ଦାଖଲ ପୂର୍ବରୁ ଇସ୍ତଫା ଦେଲେ, ସମ୍ପୃକ୍ତ ଦଳ କୋଳେଇ ନେଉଛି। ଏପରି ଅଧିକାରୀମାନେ ରାଜନୈତିକ ନେତାମାନଙ୍କ ତ୍ରୁଟି ତଥା ଭ୍ରଷ୍ଟାଚାରକୁ ରୋକିବାର ନିୟମସବୁକୁ ଲାଗୁ କରୁନାହାନ୍ତି। ହାଇକୋର୍ଟ ଜଜ୍‌ମାନେ ବି ଆନୁଗତ୍ୟ ଦେଖାଇ ଏମ୍‌ପି ହେବାର ଉଦାହରଣ ଅଛି ଯଥା ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ। ଆନୁଗତ୍ୟ ଦେଖାଇ ଆଇପିଏସ୍‌ ଓ ଆଇଏଏସ୍‌ ଅଫିସରମାନେ ସାଙ୍ଗେ ସାଙ୍ଗେ ଚାକିରି ଛାଡି ଦଳ ତରଫରୁ ବିଧାୟକ ବା ସାଂସଦ ହେଉଛନ୍ତି। ୨୦୨୪ ନିର୍ବାଚନରେ ଦେଖାଗଲା କମ୍ପାନୀର ସାମାଜିକ ଦାୟିତ୍ୱ ନାମକ ପାଣ୍ଠିରୁ ସହାୟତା ଦେଇ ଓ ଶାସକ ଦଳକୁ ୪୦୦ କୋଟିର ଇଲେକ୍ଟୋରାଲ ବଣ୍ଡ୍‌ ଦେଇ ଜଣେ କମ୍ପାନୀ ମ୍ୟାନେଜର ଏମ୍‌ପି ପ୍ରାର୍ଥୀ ହୋଇଥିଲେ। ଶାସକ ଦଳ ଏକ ଲାଭଖୋର କମ୍ପାନୀ ଭଳି କାମ କଲେଣି – ଗାଦି-ହାସଲ ପଲିଟିକ୍ସ ଗଣତନ୍ତ୍ରକୁ ସ୍ବୈରତନ୍ତ୍ର କରୁଛି।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri