ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ପ୍ରିନ୍ସ ପାଇପ୍ସ ଆଣ୍ଡ ଫିଟିଂସ ଲିମିଟେଡ୍ (ପିପିଏଫ୍ଏଲ୍)ର ନୂତନ ଅଭିଯାନ ‘ଅଭିନବ ରଥ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ତା’ର ଉଚ୍ଚମାନର ପାଇପ୍ ଓ ଫିଟିଂ ବ୍ୟବହାରକରି ଏକ ଅଭିନବ ରଥ ଢାଞ୍ଚା ନିର୍ମାଣ ସହ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଏହି ରଥ ୨୦୨୪ ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପୁରୀଠାରେ ପ୍ରଦର୍ଶିତ ହେବ।
ବିଶେଷକରି ଏହି ରଥର ଉଚ୍ଚତା ୧୫ଫୁଟ ହୋଇଥିଲାବେଳେ ଏଥିରେ ତିନୋଟି ସ୍ତର ରହିଛି। ଏହି ରଥକୁ ପାଇପ୍ ବହୁମୁଖିତାର କଳାତ୍ମକ ପ୍ରତିନିଧିତ୍ୱ ଭାବେ ଡିଜାଇନ କରାଯାଇଥିବା ଏହା ସୃଜନଶୀଳତା ଏବଂ ଇଞ୍ଜିନିୟରିଂ ଉକତ୍ର୍ଷ ପ୍ରଦର୍ଶନକରି ଭାରତରେ ଏକ ଅଗ୍ରଣୀ ଉପଲବ୍ଧି। ପ୍ରିନ୍ସ ପାଇପ୍ସ ଆଣ୍ଡ ଫିଟିଂସ ଲିମିଟେଡ୍ର ଭିପି ଷ୍ଟ୍ରାଟେଜି ନିହାର ଛେଡ଼ା କହିଛନ୍ତି, ଆମ ଡିଏନ୍ଏରେ ଅଭିନବତା ଅନ୍ତର୍ଭୁକ୍ତ ରହିଥିଲାବେଳେ ସରଳ ଦିଗ ପ୍ରତି ଆମର ଅନନ୍ୟ ଆଭିମୁଖ୍ୟ ହେଉଛି ଆମର ଦୁର୍ଗ ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହି ରଥ ପ୍ରତିଷ୍ଠା ନବସୃଜନ ପ୍ରତି ଆମର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆମେ ଆଶା କରୁଛୁ ଯେ ପୁରୀବାସୀ ଏହି ସୃଷ୍ଟିରେ ଆଶ୍ଚର୍ଯ୍ୟ ହେବେ ଏବଂ ପ୍ରିନ୍ସ ପାଇପ୍ସଙ୍କ ଉଦ୍ଭାବନ, ବିଶ୍ୱାସ ଏବଂ ଗୁଣବତ୍ତା ପ୍ରତି ସମର୍ପଣକୁ ଅନୁଭବ କରିବେ।