Categories: ବାଣିଜ୍ୟ

୧୭ରୁ ପିପିଏଲ୍‌ ଆଇପିଓ

ନୂଆଦିଲ୍ଲୀ, ୧୫।୫ : ସାର କମ୍ପାନୀ ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ୍‌ (ପିପିଏଲ୍‌) ପକ୍ଷରୁ ଆସନ୍ତା ୧୭ରେ ପ୍ରାରମ୍ଭିକ ସାର୍ବଜନୀନ ଅଫର (ଆଇପିଓ)ର ଶୁଭାରମ୍ଭ ହେବ। ଏହି ଆଇପିଓ ୩ ଦିନ ପାଇଁ ନିବେଶ ଉଦ୍ଦେଶ୍ୟରେ ଖୋଲା ରହିବ ଓ ୧୯ ତାରିଖରେ ବନ୍ଦ ହୋଇଯିବ। କମ୍ପାନୀ ପକ୍ଷରୁ ଶେୟାର ପିଛା ପ୍ରାଇସ୍‌ ବ୍ୟାଣ୍ଡ୍‌ ୩୯ଟଙ୍କାରୁ ୪୨ ଟଙ୍କା ଧାର୍ଯ୍ୟ କରାଯାଇଛି। ପିପିଏଲ୍‌ ପକ୍ଷରୁ ଏହି ଆଇପିଓରେ ୪୫୦ କୋଟି ଟଙ୍କା ଲଗାଯାଇଛି। କମ୍ପାନୀ ପକ୍ଷରୁ ଆଙ୍କର ନିବେଶକଙ୍କୁ ଶେୟାର ପିଛା ୪୨ଟଙ୍କା ଆଧାରରେ ୧୦,୭୨,୬୭,୫୩୨ ଇକ୍ୱିଟି ଶେୟାର ଆବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାର ଏଥିରେ ୧୯.୫୫% ଅଂଶଧନ ବିକ୍ରି କରିଛନ୍ତି।

Share