କାରଖାନା ସମ୍ପ୍ରସାରଣ କରିବ ପିପିଏଲ୍‌

ପାରାଦୀପ, ୩୧।୧(ଶରତ ରାଉତ): ଓଡ଼ିଶା ସରକାରଙ୍କ ସହ ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ (ପିପିଏଲ୍‌) ନିକଟରେ ଏକ ନୂତନ ଚୁକ୍ତି ସ୍ବାକ୍ଷର କରିଛି। ଏପରିକି କମ୍ପାନୀ ଆଗାମୀ ଦିନରେ ଜଗତ୍‌ସିଂହପୁର ଜିଲାର ପାରାଦୀପ ଠାରେ ଥିବା କାରଖାନାର ସମ୍ପ୍ରସାରଣ ପାଇଁ ପ୍ରାୟ ୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଘୋଷଣା କରିଛି। ବନ୍ଦର ଜେଟିର ଭିତ୍ତିଭୂମି ବିକାଶ ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏହି ନିବେଶ କରାଯିବ। ଏହାଦ୍ୱାରା ପ୍ରତ୍ୟକ୍ଷଭାବେ ପ୍ରାୟ ୧୫୦ ଏବଂ ପରୋକ୍ଷଭାବେ ୭୦୦ରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ। ଏହି ଚୁକ୍ତି ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା ଓ ପିପିଏଲ୍‌ର ସିଇଓ ସୁରେଶ କ୍ରିଷ୍ଣନଙ୍କ ମଧ୍ୟରେ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ପିପିଏଲ୍‌ର ସିଏଫ୍‌ଓ ବିଜୟ କୁମାର ବିଶ୍ୱାଳ, କର୍ପୋରେଟ ଆଫେୟାର୍ସ ମୁଖ୍ୟ ସୁଧୀରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଠାକୁରାଣୀଙ୍କ ଚୈତ୍ର ପର୍ବ ମହାସମାରୋହରେ ସମ୍ପନ୍ନ

ଥୁଆମୂଳ ରାମପୁର,୯।୪(ଦୁର୍ଗା କୀର୍ତ୍ତି): ସାରା ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ...

ବ୍ଲୁ ଡାଇମଣ୍ଡ କ୍ଲବ ୪-୧ ଗୋଲରେ ବିଜୟୀ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି...

ମିଳୁନି ସୁରକ୍ଷା, ପୋଲିସ ଉପରେ ତୁଟୁଛି ଭରସା

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାରେ ବରଗଡ଼ ଏକ ପ୍ରମୁଖ ଜିଲା। ବରଗଡ଼ ସହର ମଧ୍ୟରେ ଜିଲାର ପ୍ରମୁଖ ମୁଖ୍ୟାଳୟ ରହିଛି। ଫଳରେ ସହରକୁ ଜିଲାର ସଦର ମହକୁମା...

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ଆରମ୍ଭ ହେଲା ଟାରିଫ୍‌ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍‌ ଲଗାଇଲା ଆମେରିକା

ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍‌କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image