Categories: ଜାତୀୟ

ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନକୁ ବହିଷ୍କାର କରିପାରନ୍ତି ବିରୋଧୀ

ନୂଆଦିଲ୍ଲୀ,୩୦ ।୧୧: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଛନ୍ତି । ହେଲେ ଏହି ସମୟରେ କଂଗ୍ରେସର ଅନୁଗାମୀ ମାନେ ଅଲଗା ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । କୃଷି ଆଇନ ପ୍ରତ୍ୟାହାର ପରେ ସରକାରଙ୍କୁ ଘେରିବାକୁ କି ରଣନୀତି ହୋଇପାରେ ତାକୁ ନେଇ ବିରୋଧୀ ମଙ୍ଗଳବାର ମନ୍ଥନ କରିପାରେ । ଗତ ଅଧିବେଶନରେ ହଙ୍ଗାମା କରିଥିବା ବିରୋଧୀ ଦଳର ୧୨ ଏମ୍‌ପିଙ୍କୁ ସୋମବାର ବହିଷ୍କୃତ କରାଯାଇଥିବା ବେଳେ ବିରୋଧୀ ଏହାକୁ ନେଇ ହଙ୍ଗାମା କରିପାରନ୍ତି । ଏପଟେ କଂଗ୍ରେସ ଓ ଅନ୍ୟ ୧୩ ଦଳ ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନକୁ ବହିଷ୍କାର କରିବା କଥା ଚିନ୍ତା କରୁଛନ୍ତି । ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବିରୋଧୀ ଏହାକୁ ବହିଷ୍କାର କରିବାକୁ ନେଇ ମଙ୍ଗଳବାର ରଣନୀତି ପ୍ରସ୍ତୂତ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ବିରୋଧୀଦଳ ଡାକିଥିବା ବୈଠକରେ ଆମ ଆଦମୀ ପାର୍ଟି(ଏଏପି) ଓ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାମିଲ ହେବ ନାହିଁ ବୋଲି ଜଣାପଡିଛି । କୁହାଯାଉଛି କି ଟିଏମ୍‌ସି ବିରୋଧୀଦଳ ବୈଠକର ନେତୃତ୍ୱ ନେବାକୁ ଚାହୁଥିଲା, ତେଣୁ ସେ ଏହି ବୈଠକରେ ଯୋଗ ନ ଦେଇ ଅଲଗା ବୈଠକ ଡାକିଥିବା କହିଛି ।

Share