Categories: ଖେଳ

ପ୍ରଭାକର ନେପାଳ କ୍ରିକେଟ ଦଳ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୧୦ା୮(ପି.ଟି.): ପୁବୁଡୁ ଦାସାନାୟକେଙ୍କ ସ୍ଥାନରେ ପୂର୍ବତନ ଅଲରାଉଣ୍ଡର ମନୋଜ ପ୍ରଭାକର ନେପାଳ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଦାସାନାୟକେ ଜୁଲାଇରେ ତାଙ୍କ ପଦ ତ୍ୟାଗ କରିଛନ୍ତି। ସେ କାନାଡା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦରୟିତ୍ୱ ଗ୍ରହଣ କରିବେ। ପ୍ରଭାକର ୧୯୮୪ ରୁ ୧୯୯୬ ମଧ୍ୟରେ ଭାରତ ପାଇଁ ୩୯ଟି ଟେଷ୍ଟ ଓ ୧୩୦ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ପୂର୍ବରୁ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରଣଜୀ ଟ୍ରଫିର କୋଚ୍‌ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୨୦୧୬ରେ ସେ ଆଫଗାନିସ୍ତାନ ଜାତୀୟ ଦଳର ବୋଲିଂ କୋଚ୍‌ ଭାବେ କାର୍ଯ୍ୟକରିଛନ୍ତି। ନେପାଳରେ କ୍ରିକେଟ ପ୍ରତି ଆଗ୍ରହ, ସେମାନଙ୍କ ପ୍ରତିଭା ଓ ଦକ୍ଷତା ସ୍ତର ଦେଖି ସେ ନେପାଳ କ୍ରିକେଟ ଦଳ ସହ କାର୍ଯ୍ୟକରିବାକୁ ଆଗ୍ରହୀ ବୋଲି ପ୍ରଭାବର କହିଛନ୍ତି।

Share