ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂଆ ସମ୍ପାଦକ

ଭୁବନେଶ୍ୱର, ୪।୭ (ଅନିଲ ଦାସ): ଡ. ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂତନ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଲୋକସେବକ ମଣ୍ଡଳ ସମ୍ବିଧାନ ଧାରା-୬ ଅନୁଯାୟୀ ତାଙ୍କୁ ସଭାପତି ରାଜକୁମାର ମନୋନୀତ କରିଛନ୍ତି। ଏହା ପୂର୍ବରୁ ସେ କାର୍ଯ୍ୟନିର୍ବାହୀ ପରିଷଦର ଜଣେ ସଦସ୍ୟ ଭାବେ କାର୍ଯ୍ୟକରି ଆସୁଥିଲେ। ସେ ଭୀମସେନଙ୍କ ସ୍ଥାନରେ ଦାୟିତ୍ୱ ତୁଲାଇବେ।

Share