Advertisement

ଅନୁଷ୍କାଙ୍କ ହାତ ଧରିବେ ପ୍ରଭାସ ! ବିବାହ ଲାଗି ପରିବାର ଦେଲା ଗ୍ରୀନ୍‌ ସିଗ୍‌ନାଲ…

ହାଇଦ୍ରାବାଦ: ପୁଣି ଅନୁଷ୍କା ସେଟ୍ଟୀଙ୍କୁ ନେଇ ଚର୍ଚ୍ଚାରେ ବାହୁବଲୀ ଷ୍ଟାର ପ୍ରଭାସ। ଏକାଧିକ ଥର ଡେଟିଂ ଖବରକୁ ଦୁହେଁ ଖଣ୍ଡନ କରିଆସୁଛନ୍ତି। ହେଲେ ଉଭୟଙ୍କ ପରିବାର ସେମାନଙ୍କୁ ମିଶାଇବାକୁ ଯୋଜନା କରିସାରିଥିବା ସୂଚନା ମିଳିଛି। କହିବାକୁ ଗଲେ ଅନୁଷ୍କାଙ୍କ ସହ ତାଙ୍କ ଯୋଡ଼ି ଉପରେ ମୋହର ବାଜିଛି।

ପ୍ରଭାସଙ୍କ କେଉଁ ଝିଅଙ୍କୁ ବିବାହ କରିବେ ସେନେଇ ପରିବାରଲୋକେ ଚିନ୍ତାରେ ଥିଲେ। ହେଲେ ଏବେ ସେମାନେ ଅନୁଷ୍କାଙ୍କୁ ପାର୍ଟନର ଭାବେ ଦେଖିବାକୁ ଚାହୁଁଛନ୍ତି। ପରଦାରେ ହେଉ କି ବାହାରେ ଦୁହିଁଙ୍କ ଯୋଡ଼ି ଭଲ ଲାଗୁଥିବାରୁ ସେମାନେ ହଁ ଭରିଛନ୍ତି।

ପରିବାର ରାଜି ଥିଲେ ହେଁ ଅଡୁଆ ବଢ଼ାଇଛନ୍ତି ପ୍ରଭାସ-ଅନୁଷ୍କା। କାରଣ ସେମାନେ ଏବେଯାଏ ପରସ୍ପରକୁ ବନ୍ଧୁ ବୋଲି କହୁଛନ୍ତି। ଏଣୁ ଦୁହେଁ ବିବାହ ଲାଗି କେବେ ରାଜି ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share