ରିଲିଜ୍ ପୂର୍ବରୁ ଧମାଲ କଲା ଆଦିପୁରୁଷ

ମୁମ୍ବାଇ: ସାଉଥ ଅଭିନେତା ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ମୁଭି ‘ଆଦିପୁରୁଷ’ ରିଲିଜ ବୋ ପୂର୍ବରୁ ଧମାଲ କରିଛି। ଏବଂ ଫିଲ୍ମ ରୋଜଗାର ଆରମ୍ଭ କରିଛି। ଶୈଫ ଅଲ୍ଲି ଖାଁଙ୍କ ଅଭିନୀତ ମୁଭି1୧୬ ଜୁନରେରିଲିଜ ହେବ।
ଫିଲ୍ମର ଟିଜର ରିଲିଜ ଦିନଠାରୁ ପ୍ରଭାସଙ୍କ ଫିଲ୍ମ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛି। ଏବେ ଖବର ଆସିଛି କି ଏହି ଚଳଚ୍ଚିତ୍ରର ନିର୍ମାତା ଫିଲ୍ମ ରିଲିଜ ହେବା ପୂର୍ବରୁ ‘ଆଦିପୁରୁଷ’ପ୍ରଡକସନ ଆମାଉଣ୍ଟ ରିକଭରି କରି ନେଇଛି।

ଟାଇମସ ଅଫ ଇଣ୍ଡିଆର ସୂଚନା ଅନୁଯାୟୀ, ୫୦୦କୋଟି ବଜେଟରେ ନିର୍ମିତ ଆଦିପୁରୁଷ ରିଲିଜ ପୂର୍ବରୁ ୪୩୨ କୋଟି ଟଙ୍କା କଲେକ୍ସନ କରିଛି। ଖବର ମୁତାବକ, ଓମ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ନନ ଥିଏଟ୍ରିକାଲ ରେଭିନ୍ୟୁରୁ ୨୪୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ,ସାଟେଲାଇଟ ରାଇଟ୍ସ, ମ୍ୟୁଜିକ ରାଇଟ୍ସ ଏବଂ ଡିଜିଟାଲ ରାଇଟ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ରାଇଟ୍ସରୁ ଏହି ମୁଭିଟି ଅବଶିଷ୍ଟ କଲେକ୍ସନ କରିଛି। ଖବର ଅଛି ଯେ ଏହି ମୁଭି ସାଉଥରେ ରିଲିଜ ହେବା ପରେ ପ୍ରାୟ ୧୮୫ କୋଟି ରୋଜଗାର କରିବ ।

Share