ଭୋ ଭୋ ହୋଇ କାନ୍ଦିଲେ ବାହୁବଳୀ ପ୍ରଭାସ

ତେଲୁଗୁର ଜଣାଶୁଣା ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁଭି କ୍ରିଷ୍ଣମ ରାଜୁଙ୍କ ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। କ୍ରିଷ୍ଣମ ରାଜୁ ବାହୁବଳୀ ଫେମ ଅଭିନେତା ପ୍ରଭାସଙ୍କ ଅଙ୍କଲ ଥିଲେ। ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ପ୍ରଭାସ। ସେ ଅଙ୍କଲଙ୍କ ମୃତହେହ ନିଟକରେ ଭୋ ଭୋ ହୋଇଥିବା କାନ୍ଦୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କ୍ରିଷ୍ଣମଙ୍କ ମୃତ୍ୟୁରେ ଟଲିଉଡ୍‌ ଷ୍ଟାର ମହେଶ ବାବୁ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି।
ପ୍ରାୟ ୫ ଦଶନ୍ଧି ଧରି ତେଲୁଗୁ ସିନେମାରେ କାମ କରିଥିବା କ୍ରିଷ୍ଣମ ରାଜୁ ୧୮୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କୁ ଟଲିଉଡ୍‌ର ରିବେଲ ଷ୍ଟାର ବୋଲି କୁହାଯାଏ। ସେ ୧୯୬୬ରେ ତେଲୁଗୁ ଫିଲ୍ମ ‘ଚିଲାକା ଗୋରିଙ୍କା’ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ସାମାଜିକ, ଫ୍ୟାମିଲ, ରୋମାଣ୍ଟିକ, ଆକ୍ସନ, ଥ୍ରିଲର୍‌, ଐତିହାସିକ ଓ ପୌରାଣିକ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ଅମର ଦୀପମ, ସୀତା ରାମୁଲୁ, କଟକାଟାଲ ରୁଦ୍ରାୟ ଆଦି ଅନେକ ହିଟ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କୁ ଅନେକ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି। କ୍ରିଷ୍ଣମ ରାଜୁଙ୍କର ସ୍ତ୍ରୀ ଓ ୩ ଝିଅ ଅଛନ୍ତି।

Share