ଏହି ଫିଲ୍ମର ଗୋଟିଏ ସିନ୍‌ ପାଇଁ ଖର୍ଚ୍ଚ ହେଲା ଦେଢ କୋଟି ଟଙ୍କା

ବାହୁବଳୀ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗେଡଙ୍କ ଅଭିନୀତ ଆଗାମୀ ଫିଲ୍ମ ରାଧେ ଶ୍ୟାମ୍‌ର ଟିଜର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଟିଜରରେ ପୂଜା ଏବଂ ପ୍ରଭାସଙ୍କୁ କିଛି ସେକେଣ୍ଡ ପାଇଁ ଦେଖାଯାଇଥିଲା। ଏହି ସିନ୍‌ରେ ଉଭୟ ରେଳ ଷ୍ଟେସନ୍‌ରେ ଥିଲେ। ଏହି ସିନ୍‌କୁ ଶୁଟିଂ କରିବା ପାଇଁ ପାଖାପାଖି ଦେଢ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ଜଣାପଡିଛି। ଇଟାଲୀର ରୋମ ସହରରେ ଫିଲ୍ମର ଏହି ସିନ୍‌ର ଶୁଟିଂ କରାଯିବାର ଥିଲା। କରୋନା ପ୍ରତିବନ୍ଧକ ଏବଂ ଲକ୍‌ଡାଉନ୍‌ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା। ଏହି କାରଣରୁ ଭାରତରେ ହିଁ ରୋମ ସହର ଭଳି ନିର୍ମାଣ କରାଯାଇଥିଲା। ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ମାସ ଲାଗିଯାଇଥିଲା। ଫିଲ୍ମ ଶୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ସିନ୍‌ର ସେଟ୍‌ର ପ୍ରସ୍ତୁତ କରାଯାଇଥିଲା। ନିର୍ଦ୍ଦେଶକ ରବିନ୍ଦ୍ର ରେଡ୍ଡୀ ପ୍ରସ୍ତୁତ ଏହି ଫିଲ୍ମର ଟିଜର୍‌କୁ ଏପର୍ଯ୍ୟନ୍ତ ୮୧ ଲକ୍ଷରୁ ଅଧିକଥର ଦେଖାଯାଇଥିଲା। ଚଳିତବର୍ଷ ଜୁଲାଇ ୩୦ରେ ଫିଲ୍ମ ରିଲିଜ୍‌ ହେବାର ଅଛି।

Share