ବଦଳିବନି ଫିଲ୍ମ ‘ରାଧେ ଶ୍ୟାମ’ର ରିଲିଜ୍‌ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗଡେଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଜାନୁୟାରୀ ୧୪ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। କିନ୍ତୁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଫିଲ୍ମର ରିଲିଜ୍‌ ତାରିଖ ସ୍ଥଗିତ ରଖାଯାଇପାରେ ବୋଲି ଗୁଜବ ପ୍ରଚାର ହେଉଥିଲା। ତେବେ ରିଲିଜ୍‌ ତାରିଖ ବଦଳିବନି ବୋଲି ଫିଲ୍ମ ନିର୍ମାତା ଏକ ବିବୃତ୍ତି ଜାରି କରିଛନ୍ତି। ନିକଟରେ ପ୍ରଚାରକ ଭାମସି-ଶେଖର ରିଲିଜ୍‌ ତାରିଖ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରିଲିଜ୍‌ ତାରିଖର କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ଫିଲ୍ମ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ରିଲିଜ୍‌ ହେବ ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ରାଧା କୃଷ୍ଣ କୁମାର ନିର୍ଦ୍ଦେଶିତ କରିଛନ୍ତି। ଏହି ଫିଲ୍ମଟି ତାମିଲ ଏବଂ ହିନ୍ଦୀରେ ଏକକାଳୀନ ଶୁଟିଂ କରାଯାଇଛି। ପ୍ରଭାସ ଏବଂ ପୂଜା ହେଗଡେଙ୍କ ବ୍ୟତୀତ ଏହି ଫିଲ୍ମରେ ଭାଗ୍ୟଶ୍ରୀ, ସତ୍ୟରାଜ, ଜଗପାଠୀ ବାବୁ, ସଚିନ ଖେଡେକର ଏବଂ ପ୍ରିୟଦର୍ଶୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

 

Share