୬ କୋଟିର ଏହି ବିଳାସପୂର୍ଣ୍ଣ କାର କିଣିଲେ ପ୍ରଭାସ!

ହୋଲି ଅବସରରେ ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଧୂମ୍‌ ମଚାଇବାରେ ଲାଗିଛି। ଶୁଣିବାକୁ ମିଳୁଛି ଯେ, ପ୍ରଭାସ ଲମ୍ବୋର୍ଗିନି ଆଭେଣ୍ଟାଡୋର ରୋଡଷ୍ଟର କାର କିଣିଛନ୍ତି। ଏହି କାରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଭାସଙ୍କର ଏହି କାରର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ବୋଲି କୁହାଯାଉଛି। ହାଇଦ୍ରାବାଦ ରାସ୍ତାରେ ପ୍ରଭାସ ଏହି କାରକୁ ଚଲାଉଥିବାର ଭିଡିଓରେ ଦେଖିବାକୁ ମିଳୁଛି।
ପ୍ରଭାସଙ୍କର ଏହି କାରର ଫଟୋ ଏବଂ ଭିଡିଓ ତାଙ୍କର ପ୍ରଶଂସକ ପୃଷ୍ଠାରେ ଶେୟାର ହୋଇଛି। ସେ ଏହି ବିଳାସପୂର୍ଣ୍ଣ କାର କିଣିଛନ୍ତି ବୋଲି ପ୍ରଶଂସକମାନେ ସୂଚନା ଦେଇଛନ୍ତ।

Share