ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଦମ୍ଦାର ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଏହି ସମୟରେ ପ୍ରଭାସଙ୍କ ବିଷୟରେ ଏକ ବଡ ଖବର ଆସିଛି। ଖବର ଅନୁଯାୟୀ, ପ୍ରଭାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିବା ଜଣାପଡିଛି। ଯେଉଁଥିପାଇଁ ନିର୍ଦ୍ଦେଶକ ଓମ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଶୁଟିଂ ବନ୍ଦ କରିବାକୁ ପଡିଛି। ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। କୁହାଯାଉଛି ଯେ ବାହୁବଳୀ ଅଭିନେତାଙ୍କୁ ଅଧିକ ଜ୍ୱର ହେତୁ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଯେଉଁଥିପାଇଁ ପ୍ରଭାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି। ଏହା ପରେ ଡାକ୍ତରମାନେ ପ୍ରଭାସଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ପ୍ରଭାସଙ୍କ ଅଭିନୀତ ହିନ୍ଦୀ ସିନେମା ଭେଟେରାନ ନିର୍ଦ୍ଦେଶକ ଓମ ରାଉତଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଶୁଟିଂ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି। କୁହାଯାଉଛି ଯେ ପ୍ରଭାସ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ‘ଆଦିପୁରୁଷ’ର ଶୁଟିଂ ସେଟକୁ ଫେରିବେ। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ପ୍ରଭାସଙ୍କ ଆରୋଗ୍ୟ କାମନା କରିଛନ୍ତି।