ଦୀପିକାଙ୍କ ପ୍ରଶଂସାରେ ଶତମୁଖ ପ୍ରଭାସ

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କ ପ୍ରଶଂସାରେ ଶତମୁଖ ବାହୁବଳୀ ସୁପରଷ୍ଟାର ପ୍ରଭାସ। ସେ ନିଜକୁ ଦୀପିକାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି।
ନିକଟରେ ପ୍ରଭାସ ଏକ ସାକ୍ଷାତକାରରେ ଦୀପିକାଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟିଥିଲେ ଏବଂ କହିଥିଲେ, ସେ ହେଉଛନ୍ତି ସବୁଠାରୁ ବଡ ସୁପରଷ୍ଟାର, ସବୁଠୁ ସୁନ୍ଦର ମହିଳା ଏବଂ ସେ ସର୍ବଭାରତୀୟ ସ୍ତରରେ ବିଖ୍ୟାତ। ସେ ଯେତେବେଳେ ସେଟକୁ ଆସନ୍ତି ସେତେବେଳେ ସେ ବହୁତ ଶକ୍ତିଶାଳୀ ଏବଂ ମୁଁ ତାଙ୍କୁ ସର୍ବଦା ଭଲ ପାଏ। ମୁଁ ତାଙ୍କ ସହିତ କାମ କରିବାକୁ ଚାହୁଁଥିଲି। ମୁଁ ତାଙ୍କ ସହିତ ପ୍ରଥମ ଥର କାମ କରୁଛି।
‘କଲକି ୨୮୨୯ଏଡି’ ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଦୀପିକା ଓ ପ୍ରଭାସଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ନାଗ ଅଶ୍ୱିନୀ କର ଦେଉଛନ୍ତି। ଏଥିରେ ବିଗ ବି ଅମିତାଭ ବଚ୍ଚନଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ୪୦୦ କୋଟି ବଜେଟରେ ତିଆରି କରାଯାଇଛି।

Share