‘ଆଦିପୁରୁଷ’ର ଦମଦାର ଟ୍ରେଲର ରିଲିଜ

ମୁମ୍ବାଇ: ଅଭିନେତା ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଅନେକ ବିବାଦର ସମ୍ମୁଖୀନ ହୋଇଥିବା ଏହି ଚଳଚ୍ଚିତ୍ର ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏସବୁ ମଧ୍ୟରେ ନିର୍ମାତା ମଙ୍ଗଳବାର ‘ଆଦିପୁରୁଷ’ର ଦମ୍‌ଦାର ଟ୍ରେଲର ରିଲିଜ କରିଛନ୍ତି, ଯାହା ଏକ ବଡ଼ ପ୍ରତିକ୍ରିୟା ପାଇବାରେ ଲାଗିଛ। ଟ୍ରେଲର ଟି-ସିରିଜର ଅଫିସିଆଲ ୟୁଟ୍ୟୁବ ଆକାଉଣ୍ଟରେ ରିଲିଜ ହୋଇଛି। ତେବେ ଟ୍ରେଲରର ଅଫିସିଆଲ ରିଲିଜ ପୂର୍ବରୁ ଏହା ସୋସିଆଲ ମିଡିଆରେ ମଧ୍ୟ ଲିକ ହୋଇଥିଲା। ଓମ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ପ୍ରଥମ ଟିଜରରେ ଭିଏଫଏକ୍ସ ଏବଂ ସିଜିଏ ପାଇଁ ପ୍ରଶଂସକମାନେ ବହୁ ଟ୍ରୋଲ କରିଥିଲେ। ଏହି ଚଳଚ୍ଚିତ୍ରଟି ୧୬ ଜୁନ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Share