ଭଗବାନ ଶିବଙ୍କ ଚରିତ୍ରରେ ନଜର ଆସିବେ ପ୍ରଭାସ, କ୍ରିତିଙ୍କ ଭଉଣୀ ନୁପୁର ହେବେ ଅଭିନେତ୍ରୀ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ କିଛିଦିନ ହେବ ‘ସାଲାର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମଟି ଚଳିତ ମାସ ୨୮ରେ ରିଲିଜ ହେବାର ଥିଲା, ହେଲେ କୌଣସି କାରଣ ଯୋଗୁ ଏହାର ରିଲିଜ ଡେଟକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ପ୍ରଭାସଙ୍କ ପ୍ରଶଂସକଙ୍କୁ ନିରାଶ ହେବାର ଆବଶ୍ୟକତା ନାହିଁ। କାହିଁକିନା ଅଭିନେତା ଏକ ରିଜଓନାଲ ଫିଲ୍ମରେ ଭଗବାନ ଶିବଙ୍କ ଚରିତ୍ରରେ ନଜର ଆସିବେ।

ଫିଲ୍ମ ‘ଆଦିପୁରୁଷ’ରେ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିବା ପରେ ପ୍ରଭାସ ପୁଣି ଥରେ ପୁରାଣ ଚରିତ୍ରରେ ଅଭିନୟ କରିପାରନ୍ତି। ଏଥର ସେ ଭଗବାନ ଶିବ ହେବାକୁ ପ୍ରସ୍ତୁତ ଅଛନ୍ତି। ଏହା ‘ଭକ୍ତ କନପ୍ପା’ ନାମକ ଏକ ତେଲୁଗୁ ମୁଭି ହେବ। ଏହି ମୁଭିଟି ହେଉଛି ବିଷ୍ଣୁ ମାଞ୍ଚୁଙ୍କ ଡ୍ରିମ ପ୍ରୋଜେକ୍ଟ, ଯେଉଁଥିରେ ପ୍ରଭାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ବିଷ୍ଣୁ ମାଞ୍ଚୁ ଏହା ସହ ଜଡିତ ଏକ ଟୁଇଟ ସେୟାର କରିଛନ୍ତି।
ବିଷ୍ଣୁ ମଞ୍ଚୁ ପ୍ରଭାସଙ୍କ ଫିଲ୍ମରେ ଏଣ୍ଟ୍ରିକୁ ନିଶ୍ଚିତ କରିଛନ୍ତି। ଖବର ଅନୁଯାୟୀ, ପ୍ରଭାସଙ୍କୁ ଏକ କ୍ୟାମୋ ଭୂମିକାରେ ଦେଖିବାକୁ ମିଳିବ। କୁହାଯାଉଛି ଯେ ଏହି ମୁଭିରେ ମହିଳା ଲିଡ ଜାତୀୟ ପୁରସ୍କାର ବିଜେତା କ୍ରିତି ସାନନଙ୍କ ଭଉଣୀ ନୁପୁର ହେବେ। ଯଦି ଏହା ଘଟେ, ଅଭିନୟ ଜଗତର ବଡ ପରଦାରେ ଏହା ନୁପୁରଙ୍କ ପ୍ରଥମ ସୁଯୋଗ ହେବ।

Share