ପୂଜାଙ୍କ ପ୍ରେମରେ ପ୍ରଭାସ !

ବମ୍ବେ: ପୂଜାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରଭାସ। କିଛି ଏଭଳି ଦୃଶ୍ୟ ଅଭିନେତାଙ୍କ ଅପକମିଂ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ। ଶୁକ୍ରବାର ଏହାର ଏକ ଗୀତ ‘ଜାନ ହୈ ମେରି’ ରିଲିଜ ହୋଇଛି। ଗୀତରେ ରୋମାଣ୍ଟିକ ବଏ ଲୁକ୍‌ରେ ନଜର ଆସିଛନ୍ତି ପ୍ରଭାସ।

ଦିନକ ପୂର୍ବରୁ ନିର୍ମାତାମାନେ ଏହାର ଟିଜର ଛାଡ଼ି ୨୫ ଫେବୃୟାରୀରେ ଗୀତ ରିଲିଜ ହେବ ବୋଲି କହିଥିଲେ। ଗୀତଟିରେ କଣ୍ଠଦାନ କରିଛନ୍ତି ଅରମାନ ମଲିକ। ରଶ୍ମୀ ବିରାଗ ଏହାକୁ ଲେଖିଛନ୍ତି। ହେଲେ ରିଲିଜର ଘଣ୍ଟାଏ ମଧ୍ୟରେ ଗୀତକୁ ୭ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ମୋଟାମୋଟି କହିବାକୁ ଗଲେ ଉଭୟଙ୍କ କେମେଷ୍ଟ୍ରୀ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି।

ଚଳଚ୍ଚିତ୍ରରେ ସୁପରଷ୍ଟାର ପ୍ରଭାସ ଏବଂ ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଛନ୍ତି। ଜାନୁୟାରୀ ୧୪ରେ ଏହା ମୁକ୍ତିଲାଭ କରିଥାନ୍ତା। ହେଲେ କରୋନା ଯୋଗୁ ଏହାର ରିଲିଜକୁ ଟାଳି ଦିଆଯାଇଥିଲା। ଏବେ ମାର୍ଚ୍ଚ ୧୧ରେ ଏହା ବଡ଼ ପରଦାକୁ ଆସିବ।

Share