ରାମଙ୍କ ଭୂମିକାରେ ନଜର ଆସିଲେ ପ୍ରଭାସ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ର ପ୍ରଥମ ଟିଜର ଏବଂ ପୋଷ୍ଟର ଅକ୍ଟୋବର ୨ରେ ମୁକ୍ତିଲାଭ କରିବ । ଏନେଇ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଅଭିନେତା ଶେୟାର କରଥିବା ପୋଷ୍ଟରରେ ଅଭିନେତା ଧନୁ ଏବଂ ତୀର ଧରି ଆଣ୍ଠୁ ମାଡି ବସି ଆକାଶ ଆଡକୁ ଚାହିଁଥିବା ନଜର ଆସିଛନ୍ତି। ପ୍ରଭାସ ଏବଂ ସୈଫଙ୍କ ବ୍ୟତିତ ଆଦିପୁରୁଷରେ କ୍ରିତି ସାନନ ଏବଂ ସନ୍ନି ସିଂଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଆସନ୍ତାବର୍ଷ ଜାନୁୟାରୀ ୧୨ରେ ପ୍ରଭାସଙ୍କ ‘ଆଦିପୁରୁଷ’ ପ୍ରେକ୍ଷାଳୟରେ ଏକାଧିକ ଭାଷାରେ ରିଲିଜ୍‌ ହେବ।

Share