୫୩ ବର୍ଷରେ ବି ବଡ଼ ବଡ଼ ହିରୋଇନ୍‌ଙ୍କୁ ଟକ୍କର ଦେଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ‘ମୈନେ ପ୍ୟାର୍‌ କିୟା’ ଜରିଆରେ କରିଥିଲେ ବଲିଉଡ୍‌ରେ ଡେବ୍ୟୁ। ଏହାକୁ ଅନେକ ବର୍ଷ ବିତିଯାଇଥିଲେ ହେଁ ଫିଲରେ ଚୁଲବୁଲି ଅଭିନୟକୁ ନେଇ ଦର୍ଶକଙ୍କ ମନରେ ଘର କରି ରହିଛନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀ। ଏବେ ସେ ୫୩ ବର୍ଷ ବୟସରେ ବି ବଡ ବଡ଼ ନାୟିକାଙ୍କୁ ସୁନ୍ଦରତାରେ ଟକ୍କର ଦେଉଛନ୍ତି। କାରଣ ସେ ଦିନକୁ ଦିନ ବେଶ ଗ୍ଲାମରସ୍‌ ଏବଂ ହଟ୍‌ ଲାଗୁଛନ୍ତି।

୯୦ ଦଶକର ଲୋକପ୍ରିୟ ହିରୋଇନ୍‌ ଥିବା ଭାଗ୍ୟଶ୍ରୀ ଏବେ ଖୁବ୍‌ କମ୍‌ ଫିଲ୍ମରେ ନଜର ଆସୁଛନ୍ତି। ହେଲେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ୍‌। ପ୍ରଶଂସକଙ୍କ ସହ ସେ ସର୍ବଦା ନିଜର ସୁନ୍ଦର ଫଟୋ ଶେୟାର କରିଥାନ୍ତି, ଯାହାକୁ ଦେଖିଲେ ସେ ମଲାଇକା ଅରୋରା, ଶିଳ୍ପା ସେଟ୍ଟୀଙ୍କ ଭଳି ଫିଟ୍‌ ଡିଭାଙ୍କଠାରୁ କମ୍‌ ଲାଗୁ ନ ଥିବା ପ୍ରଶଂସକ କହିଥାନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ଭାଗ୍ୟଶ୍ରୀ ହିମାଳୟ ଦାସାନୀଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ସନ୍ତାନ ରହିଛି। ସେହିଭଳି ଶେଷ ଥର ପାଇଁ ଭାଗ୍ୟଶ୍ରୀ ଦକ୍ଷିଣ ଭାରତୀୟ ସିନେମା ‘ରାଧେଶ୍ୟାମ’ରେ ନଜର ଆସିଥିଲେ। ଏଥିରେ ସେ ପ୍ରଭାସଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ।

Share