ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଦେଶ ତଥା ବିଦେଶରେ ଅନେକ ପ୍ରଶଂସକ ଅଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନୁହଁନ୍ତି। ପ୍ରଭାସ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କେବଳ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଅପଡେଟ ଶେୟାର କରିବାକୁ ବ୍ୟବହାର କରନ୍ତି। ନିକଟରେ ପ୍ରଭାସଙ୍କ ଫେସବୁକ୍ ହ୍ୟାକ୍ ହୋଇଛି। ସେ ଏନେଇ ନିଜେ ସୂଚନା ଦେଇଛନ୍ତି।
ଗୁରୁବାର ରାତିରେ ତାଙ୍କ ଫେସବୁକ ପେଜକୁ ହ୍ୟାକ କରାଯାଇଥିଲା। ହ୍ୟାକର୍ସ ତାଙ୍କ ଫେସବୁକରୁ ‘ଅନଲକି ହ୍ୟୁମାନ’ ଏବଂ ‘ବଲ ଫେଲ ଆରାଉଣ୍ଡ ୱାଲର୍ଡ’ ଟାଇଟଲ ସହିତ ଦୁଇଟି ଭାଇରାଲ ଭିଡିଓ ଶେୟାର କରିଥିଲେ। ପରେ ପ୍ରଭାସ ନିଶ୍ଚିତ କରିଥିଲେ ଯେ, ଫେସବକୁ ହ୍ୟାକ ହୋଇଛି। ଏବେ ତାର ସମାଧାନ ଚାଲିଛି। ପ୍ରଭାସଙ୍କ ଫେସବୁକ୍ ପେଜ୍ରେ ୨୪ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ପ୍ରଭାସ କେବଳ ଏସ ରାଜାମୌଲି ଫଲୋ କରନ୍ତି।
ବକ୍ସ ଅଫିସରେ ‘ସାହୋ’, ‘ରାଧା ଶ୍ୟାମ’ ଏବଂ ‘ଆଦିପୁରୁଷ’ର ଫ୍ଲପ ପରେ ପ୍ରଭାସଙ୍କୁ’ ସୁପରଷ୍ଟାର’ର ସିଂହାସନ ଫେରି ପାଇବା ପାଇଁ ବକ୍ସ ଅଫିସରେ ଏକ ବଡ଼ ସଫଳତାର ଆବଶ୍ୟକତା ରହିଛି।
Hello Everyone,
My Facebook Page Has Been Hacked. The Team is Sorting this Out.
~ #Prabhas Via Instagram pic.twitter.com/8n1yeABIDT
— Hail Prabhas (@HailPrabhas007) July 27, 2023