ବିବାହକୁ ନେଇ ଏମିତି କହିଲେ ପ୍ରଭାସ

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହାସହ ପ୍ରଭାସ ନିଜ ବିବାହକୁ ନେଇ ସର୍ବଦା ଆଲୋଚନାରେ ଥାନ୍ତି। ୪୨ ବର୍ଷ ବୟସରେ ମଧ୍ୟ ସେ ସିଙ୍ଗଲ୍‌ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନକୁ ଏକ ବଡ଼ ଖୁଲାସା କରିଛନ୍ତି। ବିବାହକୁ ନେଇ ମୁଁ ଆଦୌ ଚିନ୍ତିତ ନୁହେଁ, ଯେତେବେଳେ ସମୟ ଆସିବ ସମସ୍ତେ ନିଶ୍ଚୟ ଜାଣିବେ। ବୋଧହୁଏ ସେ ସମୟ ଆସିନାହିଁ ବୋଲି କହନ୍ତି ପ୍ରଭାସ। ଅନେକ ଅଭିନେତ୍ରୀଙ୍କ ସହ ଥିବା ତାଙ୍କ ଆଫେୟାର ଏକ ଗୁଜବ, ମୋର କାହା ସହ ବିବାହ ହେବ ତାହା ମୁଁ ଏବେ କହିପାରିବି ନାହିଁ ବୋଲି କହିଛନ୍ତି।
ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ପ୍ରଭାସଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ। ଉଭୟ ଏନେଇ ଚୁପ୍‌ ରୁହନ୍ତି। କୁହାଯାଏ ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ତେବେ ଦୁହେଁ ଭବିଷ୍ୟତରେ ବିବାହ କରିବେ କି ନାହିଁ ତାହା ସମୟ କହିବ।

Share