Advertisement

ପ୍ରଭାସଙ୍କ ଜୀବନରେ ଡାର୍ଲିଂଙ୍କ ଏଣ୍ଟ୍ରି!

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଏକଥା ମନଗଢ଼ା ନୁହେଁ ବରଂ ଅଭିନେତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ସେ କିଏ ଜାଣିବାକୁ ଅପେକ୍ଷା କରିବା ଲାଗି ପ୍ରଭାସ କହିଛନ୍ତି। ଏଣୁ ପ୍ରଶଂସକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଛି।

ନିଜର ଇନଷ୍ଟା ଷ୍ଟୋରୀରେ ପ୍ରଭାସ ଏକ କ୍ରିପ୍ଟିକ୍‌ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା ‘ଡାର୍ଲିଂ ଆମ ଜୀବନରେ କେହି ଆସିବାକୁ ଯାଉଛନ୍ତି। ଅପେକ୍ଷା କରନ୍ତୁ’। ଏହାକୁ ଦେଖିବା ପରେ ପ୍ରଭାସଙ୍କ ଜୀବନରେ କେହିଜଣେ ଖାସଙ୍କ ଏଣ୍ଟ୍ରି ହେବାକୁ ଯାଉଥିବା କୁହାଯାଉଛି। କେହି କେହି ସେ ବିବାହ କରିବେ ବୋଲି ଅନୁମାନ ଲଗାଉଛନ୍ତି।

ଆଗାମୀ କିଛି ଦିନ ମଧ୍ୟରେ ପ୍ରଭାସଙ୍କ ଫିଲ୍ମ ‘କଳକି ଏଡି ୨୮୯୮’ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ତାଙ୍କ ସହ ଅମିତାଭ ବଚ୍ଚନ, ଦିଶା ପଟାନୀ ଏବଂ ଦୀପିକା ପାଦ୍ୟୁକୋନ ନଜର ଆସିବେ। ଫିଲ୍ମ ଜୁନ ୨୭ରେ ରିଲିଜ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share