ଭାରତରେ ପୁଣିଥରେ ରିଲିଜ୍‌ ହେବ ବାହୁବଳୀ, ବାହୁବଳୀ-୨

ଇତିମଧ୍ୟରେ ଲକ୍‌ଡାଉନ୍‌ ଶେଷ ହୋଇଯାଇଛି। ଲୋକମାନେ ପୁଣିଥରେ ନିଜ ନିଜ କାମରେ ଯୋଗ ଦେଲେଣି। ଦେଶର ଅନେକ ସହରରେ ସିନେମା ହଲ୍‌ ମଧ୍ୟ ଖୋଲିଗଲାଣି। ବଲିଉଡ୍‌ କଳାକାରମାନେ ମଧ୍ୟ ସେମାନଙ୍କର ବାକି ରହିଯାଇଥିବା ଫିଲ୍ମର ଶୁଟିଂରେ ବ୍ୟସ୍ତ ହୋଇଯାଇଛନ୍ତି। ଫିଲ୍ମର ଶୁଟିଂ ଯୋଗୁ କୌଣସି ବଡ଼ ପ୍ରୋଜେକ୍ଟ ରିଲିଜ୍‌ ହେଉ ନାହିଁ। ଏଭଳି ପରିସ୍ଥିତିରେ ବାହୁବଳୀ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସେମାନେ ନିଜର ପ୍ରିୟ ଫିଲ୍ମକୁ ପୁଣିଥରେ ବଡ଼ ପରଦାରେ ଦେଖିପାରିବେ।
ଖବର ଅନୁଯାୟୀ, ଆଗାମୀ ଶୁକ୍ରବାର ଫିଲ୍ମ ‘ବାହୁବଳୀ’ ସିନେମା ହଲ୍‌ରେ ରିଲିଜ୍‌ ହେବ। ଏହାର ଆଗାମୀ ଶୁକ୍ରବାର ଅର୍ଥାତ୍‌ ନଭେମ୍ବର ୧୩ରେ ‘ବାହୁବଳୀ-୨’ ରିଲିଜ୍‌ ହେବ। ଏସ୍‌. ଏସ୍‌ ରାଜମୌଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ବାହୁବଳୀ’ ଏବଂ ‘ବାହୁବଳୀ-୨’ରେ ପ୍ରଭାସଙ୍କ ସମେତ ତମନ୍ନା ଭାଟିଆ, ଅନୁଷ୍କା ଶେଟ୍ଟୀ, ସତ୍ୟରାଜ, ରମ୍ୟା କୃଷ୍ଣନନ ଏବଂ ରାଣା ଦଗ୍ଗୁବାତୀ ପ୍ରମୁଖ ରହିଛନ୍ତି। ଏ ନେଇ ବଲିଉଡ୍‌ ନିର୍ମାତା କରଣ ଜୋହର ସୋସିଆଲ ମିଡିଆରେ ପୋଷ୍ଟକରି ସୂଚନା ଦେଇଛନ୍ତି।

Share