‘ଆଦିପୁରୁଷ’ ପରେ ହରର୍‌ ଫିଲ୍ମରେ ନଜର ଆସିବେ ପ୍ରଭାସ

ସୁପରଷ୍ଟାର ପ୍ରଭାସ ସାଉଥ୍‌ ଫିଲ୍ମର ଜଣେ ଜଣାଶୁଣା ଅଭିନେତା। ‘ବାହୁବଳୀ’ପରେ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ ଲାଗୁଛି। ‘ଆଦିପୁରୁଷ’ ପରେ ପ୍ରଭାସ ଅନ୍ୟ ଏକ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ନିକଟରେ ଖବର ସାମ୍ନାକୁ ଆସିଛି ଯେ, ସେ ଏକ ହରର୍‌ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ରାଜା ଡିଲକ୍ସ’ । ତେବେ  ଫିଲ୍ମରେ ପ୍ରଭାସ ମାଲଭିକା ମୋହନନଙ୍କ ସହ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ଏହି ବଡ ପ୍ରୋଜେକ୍ଟରେ କାମ କରିବାକୁ ମାଲଭିକା ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ଶୁଟିଂ ଗତ ବର୍ଷ ଜୁନ ମାସରେ ଆରମ୍ଭ ହେବାର ଥିଲା କିନ୍ତୁ ପ୍ରଭାସ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ଶୁଟିଂ କରାଯାଇ ନ ଥିଲା। ତେବେ ଅଗଷ୍ଟରୁ ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।

Share