ଏହି ଯୁବତୀଙ୍କ ପ୍ରେମରେ ଉବୁଟୁବୁ ବାହୁବଳୀ ପ୍ରଭାସ!

‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା। ଏପର୍ଯ୍ୟନ୍ତ ବିଭିନ୍ନ ଅଭିନେତ୍ରୀଙ୍କ ତାଙ୍କ ନାଁ ଯୋଡା ସରିଲାଣି। କିନ୍ତୁ ସେ କାହାକୁ ବିବାହ କରିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ନିକଟରେ ତାଙ୍କ ଗର୍ଲଫ୍ରେଣ୍ଡକୁ ନେଇ ନୂଆ ଖବର ଆସିଛି। ଖୁବଶୀଘ୍ର ପ୍ରଭାସ ହାତରୁ ଦି’ହାତ ହେବେ ବୋଲି କୁହାଯାଉଛି। ମାତ୍ର ସେ ଅନୁଷ୍କାଙ୍କୁ ନୁହେଁ, ବରଂ ଆମେରିକାର ଜଣେ ବ୍ୟବସାୟୀଙ୍କ ଝିଅକୁ ବାହା ହେବ ବୋଲି ଚର୍ଚ୍ଚା ହେଉଛି। ଯୁବତୀଜଣକ ଏକ ସଫ୍ଟୱେୟାର୍‌ କମ୍ପାନିରେ ଚାକିରି କରୁଥିବା ବେଳେ ଉଭୟଙ୍କ ବାହାଘରକୁ ନେଇ ପରିବାର ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ଜଣାପଡ଼ିଛି। ଉଭୟ ଡେଟ୍‌ରେ ଯାଉଥିବା ମଧ୍ୟ କୁହାଯାଉଛି। ଏକ ସାକ୍ଷାତକାରରେ ପ୍ରଭାସ କହିଥିଲେ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ପସ୍ତାବ ଆସିଲାଣି, କିନ୍ତୁ ସମୟ ଆସିଲେ ଜଣଙ୍କୁ ବିବାହ କରିବେ। ପୂର୍ବରୁ ବାହୁବଳୀ ସହଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କର ନାଁ ଯୋଡ଼ାଯିବା ସହ ଉଭୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାକୁ ଖଣ୍ଡନ କରି ଅନୁଷ୍କା ମୋର ଜଣେ ଭଲ ବନ୍ଧୁ ବୋଲି ପ୍ରଭାସ କହିଥିଲେ।

Share