ଆକ୍ସନ ପରେ ହରର ଫିଲ୍ମ କରିବେ ପ୍ରଭାସ, ମୂଖ୍ୟ ଭୂମିକାରେ ଏହି ଅଭିନେତ୍ରୀ

ସାଉଥ୍‌ ସୁପରଷ୍ଟାର ପ୍ରଭାସ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ‘ବାହୁବଳୀ’ ଏବଂ ‘ବାହୁବଳୀ ୨ ପରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ପ୍ରଭାସଙ୍କ ପାଖରେ କେବେ ବି ପ୍ରୋଜେକ୍ଟର ଅଭାବ ରହିନି। ବର୍ତ୍ତମାନ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ୍‌ । ‘ଆଦିପୁରୁଷ’ ‘ସଲାର’ ଏବଂ ‘ପ୍ରୋଜେକ୍ଟ କେ’ ପରେ ପ୍ରଭାସ ଅନ୍ୟ ଏକ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଖୁବ ଶୀଘ୍ର ଏକ ହରର୍‌ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ରାଜା ଡିଲକ୍ସ’ ରଖାଯାଇଛି।
ଖବର ଅନୁଯାୟୀ, ଏହି ଫିଲ୍ମରେ ମାଲଭିକା ମୋହନନ ମୂଖ୍ୟ ଭୂମିକାରେ ନଜର ଆସିବେ। ସେ ଖୁବ ଶୀଘ୍ର ପ୍ରଭାସଙ୍କ ସହିତ ସ୍କ୍ରିନ୍‌ ଶେୟାର କରିବେ।
ଫିଲ୍ମର ଶୁଟିଂ ପୂର୍ବରୁ ଜୁନ୍‌ ମାସରେ ଆରମ୍ଭ ହେବାର ଥିଲା କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଅଗଷ୍ଟରୁ ‘ରାଜା ଡିଲକ୍ସ’ର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।

Share