ହାଇଦ୍ରାବାଦ: ‘କଳ୍କୀ ୨୮୯୮ ଏଡି’ର ସଫଳତା ପରେ ଅଭିନେତା ପ୍ରଭାସ ପୁଣିଥରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଖୁବ୍ଶୀଘ୍ର ‘କନ୍ନାପ୍ପା’ ଫିଲ୍ମରେ ଦେଖିବାକୁ ମିଳିବ। ସୋମବାର ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଲୁକ୍ ଉପରୁ ପରଦା ଉଠିଛି। ଏହି ଲୁକ୍ରେ ପ୍ରଭାସ ରୁଦ୍ରଙ୍କ ଅବତାରରେ ନଜରକୁ ଆସିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରିଛି।
ଇନ୍ଷ୍ଟାଗ୍ରାମରେ ତାଙ୍କର ଏହି ନୂତନ ଲୁକ୍ର ପୋଷ୍ଟର ଶେୟାର କରିଛନ୍ତି। ସେ କ୍ୟାପ୍ଶନ୍ରେ ଲେଖିଛନ୍ତି, ‘କନ୍ନାପା’ ଚଳଚ୍ଚିତ୍ର ଭକ୍ତି, ବଳିଦାନ, ଜ୍ଞାନ ଏବଂ ପ୍ରେମର ଏକ ଅବିସ୍ମରଣୀୟ ଯାତ୍ରାକୁ ନେଇ ରହିଛି। ଏହା ଦର୍ଶକଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ। ଆସନ୍ତା ଏପ୍ରିଲ ୨୫ରେ ଏହି ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ଏହି ନୂଆ ଲୁକ୍ରେ ପ୍ରଭାସଙ୍କର ଲମ୍ବା କେଶ ଥିବାବେଳେ ସେ ତାଙ୍କ କପାଳରେ ତ୍ରିପୁଣ୍ଡ୍ର ଏବଂ ବେକରେ ରୁଦ୍ରାକ୍ଷ ମାଳା ପିନ୍ଧିଥିବାର ନଜରକୁ ଆସିଛନ୍ତି। କିଛିଦିନ ତଳେ ‘କନ୍ନାପ୍ପା’ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ଅଭିନେତା ଅକ୍ଷୟ କୁମାରଙ୍କର ଲୁକ୍କୁ ଶେୟାର କରିଥିଲେ, ଯାହାକୁ ଅକ୍ଷୟଙ୍କ ପ୍ରଶଂସକଙ୍କର ବେଶ୍ ପସନ୍ଦ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଅକ୍ଷୟ ଏବଂ ପ୍ରଭାସଙ୍କ ସହ ଏହି ଫିଲ୍ମରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ଓ ଅଭିନେତା ବିଷ୍ଣୁ ମଞ୍ଚୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ। ଫିଲ୍ମରେ କାଜଲଙ୍କ ଲୁକ୍କୁ ନେଇ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି
ରହିଛନ୍ତି।