ଫିଲ୍ମ ‘ରାଧେ ଶ୍ୟାମ’ ଦେଖି ଜୀବନ ହାରିଲେ ପ୍ରଭାସଙ୍କ ପ୍ରଶଂସକ

ସମଗ୍ର ବିଶ୍ୱରେ ବାହୁବଳୀ ତଥା ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଏଥିରେ ଦୁଃଖିତ ପ୍ରଭାସଙ୍କ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି। ଏହି ପ୍ରଶଂସକ ଜଣଙ୍କ ହେଲେ ୨୪ ବର୍ଷୀୟ ରବି ତେଜା। ଫିଲ୍ମର ସମୀକ୍ଷା ଦେଖିବା ପରେ ରବି ଅତ୍ୟନ୍ତ ନିରାଶ ହୋଇଥିଲେ ଏବଂ ସେ ନିଜ ମା’ଙ୍କ ଏ ବିଷୟରେ ମଧ୍ୟ କହିଥିଲେ। ଏହାପରେ ସେ ଫାଶୀ ଦେଇଥିଲେ। ରବି ତେଜା ପ୍ରଭାସଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ଏହି ଘଟଣାର ସୂଚନା ପୋଲିସକୁ ଦିଆଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।
‘ରାଧେ ଶ୍ୟାମ’ ଫିଲ୍ମରେ ପ୍ରଭାସଙ୍କ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ତାଙ୍କ ସହ ପୂଜା ହେଗଡେ, କୁନାଲ ରୟ କାପୁର ମୁଖ୍ୟ ଭୂମିକାରେ ଅଛନ୍ତି। ତେଲୁଗୁ ବ୍ୟତୀତ ଏହି ଫିଲ୍ମ ହିନ୍ଦୀ, ତାମିଲ, ମାଲାୟାଲମ ଏବଂ କନ୍ନଡରେ ମୁକ୍ତିଲାଭ କରିଛି। ଏହି ଫିଲ୍ମଟି ସାଉଥ୍‌ରେ ଭଲ ବ୍ୟବସାୟ କରିଛି କିନ୍ତୁ ଫିଲ୍ମଟି ହିନ୍ଦୀ ବକ୍ସ ଅଫିସରେ ଫ୍ଲପ୍‌ ହୋଇଯାଇଛି।

Share