କାହିଁକି ବବି ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୩।୭: ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟକୁ ନେଇ ମୁହଁ ଖୋଲିଲେ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ଏ ନେଇ ସେ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି। ପରାଜୟକୁ ନେଇ ପ୍ରଭାତ ସିଧାସଳଖ ବବି ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ବିଜୟ ପାଇଁ କଟକରେ ଆୟୋଜନ ଏକ ସଭାରେ ସେ ବବି ଓ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ବବି ଓ ତାଙ୍କ ମା’ ହାରିବା ପଛରେ ସେମାନଙ୍କ କର୍ମଫଳ ଦାୟୀ ବୋଲି ସେ କହିଥିଲେ। ପାଣ୍ଡିଆନ ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ବୁଲିଥିଲେ। ଏହା ଦଳ ପାଇଁ ନକରାତ୍ମକ ପ୍ରଭାବ ସୃଷ୍ଟି କରିଥିଲା। ଏ ନେଇ ପ୍ରଭାତ, ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଇଥିଲେ । ପ୍ରଭାତ, ପାଣ୍ଡିଆନଙ୍କୁ ନବୀନଙ୍କ ଆଗରେ ନରହି ପଛରେ ରହି ନିର୍ବାଚନା ପରିଚାଳନା କରିବାକୁ କହିଥିଲେ । ପୋଷ୍ଟରରେ ବବି ଓ ପାଣ୍ଡିଆନଙ୍କ ଫଟୋ ମାରିବା ମଧ୍ୟ ମହଙ୍ଗା ପଡିଛି ବୋଲି ପ୍ରଭାତ କହିଛନ୍ତି।

Share