ଡାକ୍ତରାଣୀଙ୍କୁ ବିବାହ କଲେ ପ୍ରଭୁଦେବା

ମୁମ୍ବାଇ,୨୨।୧୧-ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ସାଉଥ କୋରିଓଗ୍ରାଫର ପ୍ରଭୁଦେବା। ମୁମ୍ବାଇ ଜଣେ ଫିଜିଓଥେରାପିଷ୍ଟ ଡାକ୍ତରାଣୀଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ତାଙ୍କ ନାଁ ହିମାନୀ। ସେ ମୁମ୍ବାଇରେ ରୁହନ୍ତି। ଏ ନେଇ ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ ନିକଟରେ ଏକ ସାକ୍ଷାତକାରରେ ଜଣାଇଛନ୍ତି। ଲକଡାଉନ ସମୟରେ ଚେନ୍ନାଇରେ ଦୁହେଁ ବିବାହ କରିଛନ୍ତି। ଯେତେବେଳେ ହିମାନୀ ପ୍ରଭୁଦେବାଙ୍କ ପିଠି ଓ ଗୋଡ଼ର ଚିକିତ୍ସା କରୁଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

Share