ଶକ୍ତି ପରୀକ୍ଷାରେ ଜିତିଲେ ପ୍ରଚଣ୍ଡ…

କାଠମାଣ୍ଡୁ,୧୦।୧ : ନେପାଳ ସଂସଦରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ହୋଇଥିବା ମତଦାନରେ ତାଙ୍କ ସମର୍ଥନରେ ୨୬୮ ଭୋଟ ମିଳିଥିଲା। ମୋଟ ଉପସ୍ଥିତ ଥିବା ୨୭୦ ସଦସ୍ୟଙ୍କ ଭୋଟ ମଧ୍ୟରୁ ସେ କେବଳ ଦୁଇଟି ଭୋଟ ପାଇ ନ ଥିଲେ।

ପ୍ରତିନିଧିସଭାରେ ବିଶ୍ୱାସର ଭୋଟ ଜିତିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଧାନ କହିଥିଲେ ଯେ ସେ ପ୍ରତ୍ୟାଖ୍ୟାନ, ଅସମ୍ମାନ ଏବଂ ପ୍ରତିଶୋଧର ରାଜନୀତି ପରିବର୍ତ୍ତେ ସହମତି, ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସର ରାଜନୀତି କରିବାକୁ ଚାହୁଁଛନ୍ତି।

୨୬ ଡିସେମ୍ବରରେ ତୃତୀୟ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ ନାଟକୀୟ ଭାବେ ନେପାଳ କଂଗ୍ରେସ ନେତୃତ୍ୱାଧୀନ ପ୍ରି-ପୋଲ ମିଳିତ ମଞ୍ଚରୁ ବାହାରି ବିରୋଧୀ ଦଳର ନେତା କେ.ପି ଶର୍ମା ଓଲିଙ୍କ ସହ ହାତ ମିଳାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରର ମୁଖ୍ୟ ଭାବରେ ସେ ନେପାଳରେ ଜାତୀୟ ଏକତାର ବାର୍ତ୍ତା ବିଶ୍ୱ ଦେବାକୁ ଚାହୁଁଛନ୍ତି।

ସେ ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ୱ ପ୍ରତି ଉତ୍ସର୍ଗୀକୃତ ରହିବାକୁ ଏବଂ ଲୋକଙ୍କୁ କିଛି ନୂଆ ଦେବାକୁ ସ୍ଥିର କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଜାରି ରଖିବା ପାଇଁ ଶକ୍ତି ପରୀକ୍ଷାରେ ୨୭୫ ସଦସ୍ୟ ବିଶିଷ୍ଟ ସଂସଦରେ ୧୩୮ ଭୋଟ ଆବଶ୍ୟକ କରୁଥିଲେ।

Share